ଚୀନ ଉହାନରେ କରୋନାର ନୂଆ ପ୍ରଜାତି ; ସତର୍କ ହେଲେଣି ବିଶ୍ବର ବିଭିନ୍ନ ଦେଶ

ଚୀନର ଉହାନ ସହରରେ ଠାବ ହେଲା କରୋନାର ନୂଆ ପ୍ରଜାତି ।  କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ବଢିଲା ଆଶଙ୍କା । ସାଉଥ ଚାଇନା ମର୍ନିଂ ପୋଷ୍ଟ ପ୍ରକାଶ ପାଇଲା ତଥ୍ୟ । ସତର୍କ ହେଲେ ବିଶ୍ବର ବିଭିନ୍ନ ରାଷ୍ଟ୍ର । 

ଅଦ୍ୟତନ ହୋଇଛି
corona

corona Photograph: (kanakNews)

କନକ ବ୍ୟୁରୋ: ପୁଣି ଡରାଇଲା ଚୀନ । ମାଡି ଆସୁଛି ଆଉ ଏକ ନୂଆ ଭାଇରସ ! ଚୀନର ନୂଆ ଭୂତାଣୁ ଆଉ ଏକ ମହାମାରୀର କାରଣ ସାଜିପାରେ । ତେବେ ଚୀନରେ ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ବିଶ୍ବର ବିଭିନ୍ନ ରାଷ୍ଟ୍ର ମାନଙ୍କ ମଧ୍ୟରେ ଛନକା ପଶିଛି । ତେବେ ଏହି ଭୂତାଣୁ ବର୍ତ୍ତମାନ ଯାଏଁ କୌଣସି ମଣିଷ ଠାରେ ଠାବ କରାଯାଇନାହିଁ । ଏହି ନୂଆ ଭୂତାଣୁର ନାଁ ଏଚକେୟୁ-୫ କୋଭ୍-୨ ।  ଚୀନର ୱହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି । ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ନୂତନ ଭୂତାଣୁ କରୋନା ପରି ମାନବ କୋଷକୁ ସଂକ୍ରମିତ କରିପାରେ । ଏହା କେବଳ ବାଦୁଡି ନୁହେଁ ମଣିଷ ସମେତ ଅନେକ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe