କନକ ବ୍ୟୁରୋ: ପୁଣି ଡରାଇଲା ଚୀନ । ମାଡି ଆସୁଛି ଆଉ ଏକ ନୂଆ ଭାଇରସ ! ଚୀନର ନୂଆ ଭୂତାଣୁ ଆଉ ଏକ ମହାମାରୀର କାରଣ ସାଜିପାରେ । ତେବେ ଚୀନରେ ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ବିଶ୍ବର ବିଭିନ୍ନ ରାଷ୍ଟ୍ର ମାନଙ୍କ ମଧ୍ୟରେ ଛନକା ପଶିଛି । ତେବେ ଏହି ଭୂତାଣୁ ବର୍ତ୍ତମାନ ଯାଏଁ କୌଣସି ମଣିଷ ଠାରେ ଠାବ କରାଯାଇନାହିଁ । ଏହି ନୂଆ ଭୂତାଣୁର ନାଁ ଏଚକେୟୁ-୫ କୋଭ୍-୨ । ଚୀନର ୱହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି । ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ନୂତନ ଭୂତାଣୁ କରୋନା ପରି ମାନବ କୋଷକୁ ସଂକ୍ରମିତ କରିପାରେ । ଏହା କେବଳ ବାଦୁଡି ନୁହେଁ ମଣିଷ ସମେତ ଅନେକ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ ।
ଚୀନ ଉହାନରେ କରୋନାର ନୂଆ ପ୍ରଜାତି ; ସତର୍କ ହେଲେଣି ବିଶ୍ବର ବିଭିନ୍ନ ଦେଶ
ଚୀନର ଉହାନ ସହରରେ ଠାବ ହେଲା କରୋନାର ନୂଆ ପ୍ରଜାତି । କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ବଢିଲା ଆଶଙ୍କା । ସାଉଥ ଚାଇନା ମର୍ନିଂ ପୋଷ୍ଟ ପ୍ରକାଶ ପାଇଲା ତଥ୍ୟ । ସତର୍କ ହେଲେ ବିଶ୍ବର ବିଭିନ୍ନ ରାଷ୍ଟ୍ର ।
/kanak/media/media_files/2025/02/22/v8clMvKJMREOAjjZSJiC.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)