୭ରେ କାର୍ଯ୍ୟକାରୀ ହେବ ଆମେରିକାର ନୂଆ ଟାରିଫ : ୨୫ ପ୍ରତି ଶୁଳ୍କ ଲଗାଇଛନ୍ତି ଡୋନାଲ୍ଟ ଟ୍ରମ୍ପ

Advertisment

ଭୟ ଦେଖାଇ ବିଭିନ୍ନ ଦେଶକୁ ଚାପଗ୍ରସ୍ତ କରି ସୁହାଇବା ଭଳି ବାଣିଜ୍ୟ ରାଜିନାମା ହାସଲ କରିବାରେ ସଫଳ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନୁଆଁଇବାର ବିଫଳତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି

ଭୟ ଦେଖାଇ ବିଭିନ୍ନ ଦେଶକୁ ଚାପଗ୍ରସ୍ତ କରି ସୁହାଇବା ଭଳି ବାଣିଜ୍ୟ ରାଜିନାମା ହାସଲ କରିବାରେ ସଫଳ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନୁଆଁଇବାର ବିଫଳତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି

76

Photograph: (kanaknews)

କନକବ୍ୟୁରୋ :  ଭୟ ଦେଖାଇ ବିଭିନ୍ନ ଦେଶକୁ ଚାପଗ୍ରସ୍ତ କରି ସୁହାଇବା ଭଳି ବାଣିଜ୍ୟ ରାଜିନାମା ହାସଲ କରିବାରେ ସଫଳ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନୁଆଁଇବାର ବିଫଳତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି   ।  ଭାରତ ସହ ବାଣିଜ୍ୟ ରାଜିନାମା ସଫଳ ହେଉନଥିବାରୁ ଉତ୍‌କ୍ଷୀପ୍ତ ହୋଇ ସେ ଅନେକ କଟୁ କଥା କହିବା ଆରମ୍ଭ କରିଛନ୍ତି  ।   ଭାରତ ଉପରେ ସେ ପ୍ରବଳ ଚାପ ପ୍ରୟୋଗ କରୁଛନ୍ତି  । 

ଏଥି ସହିତ ସେ ଏକ ଅଜବ ବାଣିଜ୍ୟ ନୀତି ଗ୍ରହଣ କରି ପାକିସ୍ତାନ ସହ ବନ୍ଧୁତା କରିଥିବା ବେଳେ ଭାରତକୁ ନିନ୍ଦା କରିବାକୁ ପଛାଇ ନାହାନ୍ତି । ଗତକାଲି ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଓ ରୁଷ୍‌ ସହ ସମ୍ପର୍କ ଥିବାରୁ ଅତିରିକ୍ତ ଜରିମାନା ଲଗାଇଥିବା ଟ୍ରମ୍ପ ଆଜି ଭାରତ ନାଁରେ କଟୁ କଥା କହିଛନ୍ତି । ରୁଷ୍‌ ସହ ଭାରତର ସମ୍ପର୍କକୁ ସେ ଆଦୌଁ ସହ୍ୟ କରିପାରୁନାହାନ୍ତି  ।

 ସେ କହିଛନ୍ତି ଯେ ରୁଷ୍‌ ସହ ଭାରତର ସମ୍ପର୍କକୁ ମୁଁ ଖାତିର କରୁନି  ।   ସେମାନେ ମିଳିତ ଭାବେ ନିଜ ମୃତ ଅର୍ଥନୀତିକୁ ରସାତଳକୁ ନେଇପାରି‌ବେ । ଭାରତ ସହ ଆମେ ଅଳ୍ପ କାରବାର କରୁଛୁ ।  ସେମାନଙ୍କ ଶୁଳ୍କ ବହୁତ ଯାହା ସାରା ବିଶ୍ବରେ ସର୍ବାଧିକ ।   ରୁଷ୍ ଓ ଆମେରିକା ଭିତରେ କିଛି ବି ବ୍ୟବସାୟ ସମ୍ପର୍କ ନାହିଁ । ରୁଷ୍‌ର ବିଫଳ ରାଷ୍ଟ୍ରପତି ମେଡ୍‌ଭେଡେବ୍ ଜାଣି ରଖନ୍ତୁ ଯେ ସେମାନେ ଏକ ବିପଦପୂର୍ଣ୍ଣ ଅଞ୍ଚଳରେ ପ୍ରବେଶ କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe