କନକବ୍ୟୁରୋ : ଭାରତ-ରୁଷ ସମ୍ପର୍କକୁ ସହିପାରିଲାନି ଆମେରିକା  ।   ଆମେରିକାକୁ ଛାଡ଼ି ଭାରତ ରୁଷର ଅଧିକରୁ ଅଧିକ ନିକଟତର ହେବାକୁ ସହଜରେ ହଜମ କରିପାରିଲେନି ଟ୍ରମ୍ପ  ।   ସେଥିପାଇଁ ତ ରୁଷ ନାଁ ନେଇ ଭାରତ ଉପରେ ଟାରିଫ ବମ୍ ପକାଇଛନ୍ତି ଟ୍ରମ୍ପ ।  ରୁଷ୍ ସହ ଭାରତର ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିବା  ପରେ ଭାରତ ସରକାର ତେଲ କମ୍ପାନିଗୁଡ଼ିକୁ ରୁଷ୍‌ରୁ ତେଲ ନ କିଣିବାକୁ କହିଥିବା ଚର୍ଚ୍ଚା ହେଉଛି ।ସେପଟେ ଭାରତୀୟ କମ୍ପାନିଗୁଡ଼ିକ ଗତ ସପ୍ତାହରେ କୌଣସି ବରାଦ ଦେଇନାହାନ୍ତି ।