କନକବ୍ୟୁରୋ : ଟ୍ରମ୍ପ ଆପଣାଇବେ ଯେସାକୁ ତେସା ନୀତି । ଆଜିଠାରୁ ନୂଆ ଶୁଳ୍କ ନୀତି ଲଗାଇବାକୁ ଯାଉଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ମୁତାବକ, ଯେଉଁ ରାଷ୍ଟ୍ର ଆମେରିକା ଉପରେ ଯେତିକି ଶୁଳ୍କ ଲଗାଇବ ଆମେରିକା ମଧ୍ୟ ସମାନ ମାତ୍ରାରେ ଟିକସ କଷିବ । ଏପ୍ରିଲ ୨, ଆମେରିକାର ଲିବରେସନ୍ ଡେ ସେଲିବ୍ରେସନ୍ ସହ ଏହି ନୂଆ ଶୁଳ୍କ ନୀତି ଲାଗୁ କରିବାକୁ ଘୋଷଣା କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ । 

Advertisment

ଆମେରିକାର ଏହି ପଦକ୍ଷେପ ବିଶ୍ବ ଅର୍ଥନୀତି ଉପରେ ପକାଇପାରେ ବଡ଼ ପ୍ରଭାବ । ତାଙ୍କର ଏହି କଡ଼ା ଶୁଳ୍କ ନୀତି ବିଶ୍ବ ଅଭିବୃଦ୍ଧିରେ ବ୍ରେକ୍ ଲଗାଇବ । ମୁଦ୍ରାସ୍ପୀତି ବା ଦରଦାମକୁ ତେଜିବା ସହ ବିଶ୍ବକୁ ଏକ ଆର୍ଥିକ ବିପର୍ଯ୍ୟୟ ଆଡ଼କୁ ଠେଲି ଦେବ ବୋଲି ଆଶଙ୍କା କରାଯାଉଛି ।  ଆଷ୍ଟନ୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ଟ୍ରମ୍ପଙ୍କ ପ୍ରସ୍ତାବିତ ୨୫ ପ୍ରତିଶତ ଶୁଳ୍କ ଯୋଗୁଁ ବିଶ୍ବ ଅର୍ଥନୀତିରୁ ୧.୪ ଟ୍ରିଲିଅନ ଡଲାର ଆୟ ପ୍ରଭାବିତ ହେବ ।ଏହା ବିଶ୍ବ ବାଣିଜ୍ୟକୁ ବ୍ୟାପକ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି । ଏହାଦ୍ବାରା ଭାରତ, ବ୍ରିଟେନ, ଜାପାନ ଏବଂ ଦକ୍ଷିଣ କୋରିଆ ଆଦି ରାଷ୍ଟ୍ର ଗୁଡିକର ଅର୍ଥନୀତିରେ ପରବର୍ତ୍ତନ ପରିଲକ୍ଷିତ ହୋଇପାରେ। 

ଆମେରିକାର ଶୁଳ୍କ ଛାଟ
- ଆଜିଠୁ ଆମେରିକାର ଶୁଳ୍କ ଛାଟ 
- ବିଶ୍ବ ଅର୍ଥନୀତିରୁ ଧୋଇଯିବ ୧.୪ ଟ୍ରିଲିୟନ ଡଲାର 
- ମାଡି ଆସିବ ଆର୍ଥିକ ବିପର୍ଯ୍ୟୟ 
- ଆମେରିକା ଜିଡିପି ୪% ଖସିବ, ଦରଦାମ ୨.୫ % ବଢ଼ିଯିବ 
- ଭାରତ ପାଇଁ ମହଙ୍ଗା ହେବ ଶକ୍ତି, ଭାରି ଯନ୍ତ୍ରାଂଶ ଆମଦାନୀ
- ଇଲେକ୍ଟ୍ରୋନିକ୍ସ, ବୟନ ଶିଳ୍ପରେ ଦେଖାଦେବ ନୂଆ ସମ୍ଭାବନା 
- ଶୁଳ୍କ ଅନିଶ୍ଚିତତାରୁ ଚିନ୍ତାରେ ନିବେଶକ, ସେୟାର ବଜାର ପ୍ରଭାବିତ ଆଶଙ୍କା 
- ୱାଲଷ୍ଟ୍ଲିଟ୍ ସହ ସମଗ୍ର ବିଶ୍ବ ବଜାର ନିମ୍ନମୁଖୀ
- ଅଶୋଧିତ ତୈଳ ୭୧ ଡଲାର ପାର୍‌