କନକ ବ୍ୟୁରୋ: ଅଗଷ୍ଟ ପହିଲାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହିସବୁ ନିୟମ ବିଷୟରେ ଜାଣିବା ନିହାତି ଜରୁରୀ । ତାହା ନହେଲେ ୟୁପିଆଇ ୟୁଜର୍ସ ସମସ୍ୟାରେ ପଡ଼ିପାରନ୍ତି । ଭାରତରେ ୟୁପିଆଇ ଆପ୍ର ସବୁଠାରୁ ବଡ଼ ୟୁଜରବେସ୍ ରହିଛି । ପ୍ରତିଦିନ ଦେଶରେ ୬ ବିଲିୟନରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଥାଏ । ଆସନ୍ତା ଅଗଷ୍ଟ ମାସରୁ ଏହି ସବୁ ନୂଆନିୟମ ଲାଗୁ ହେବ । ଏହି ସବୁ ନୂଆ ନିୟମ କଣ ତାହା ଆଜି ଆମେ ଆପଣଙ୍କୁ କହିବୁ । UPI ନିୟମରେ ପରିବର୍ତ୍ତନ ହେବାଦ୍ୱାରା ଜଣାଶୁଣା ୟୁପିଆଇ ଆପ୍ ସର୍ଭର ଉପରେ ଚାପ ପଡ଼ିବ ନାହିଁ । କିନ୍ତୁ ଏହାଦ୍ୱାରା ପ୍ରତିଦିନର ଡିଜିଟାଲ ପେମେଣ୍ଟ ଉପରେ ପଡ଼ିବ ।
୨୦୧୪ରେ ମୋଦୀ ସରକାର ଆସିବା ଗତ ୨୦୧୬ରେ ୟୁପିଆଇର ଶୁଭାରମ୍ଭ ହୋଇଥିଲା । ଏହା ଆଜିର ଡିଜିଟାଲ୍ ଯୁଗ ପାଇଁ ଏହା କୌଣସି ମାଷ୍ଟରଷ୍ଟ୍ରୋକ୍ରୁ କମ୍ ନୁହେଁ । ଏବେ ସୁଦ୍ଧା ୟୁପିଆଇ ନିୟମରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ୟୁପିଆଇର ବ୍ୟବହାର ବୃଦ୍ଧି ପାଇଛି । ଏଣୁ ଏବେ ପୁଣି ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି NPCI ।
ୟୁପିଆଇ ୟୁଜର୍ସ ଗୋଟିଏ ମାସରେ କେବଳ ୫୦ ଥର ହିଁ ବାଲାନ୍ସ ଚେକ୍ କରିପାରିବେ । ୟୁପିଆଇ ସର୍ଭର ସିଷ୍ଟମରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏଭଳି ନିୟମ କରାଯାଇଛି । ୫୦ ଥରରୁ ଅଧିକ ବାଲାନ୍ସ ଚେକ୍ କଲେ ଏହା ଦେଖାଇବ ନାହିଁ । ବାରମ୍ବାର ବାଲାନ୍ସ ଚେକ୍ କରିବା ଦ୍ୱାରା ୟୁପିଆଇ ଆପ୍ ସର୍ଭର ଉପରେ ଚାପ ପଡ଼ିଥାଏ । ଏହାଦ୍ୱାରା ଟ୍ରାଞ୍ଜାକ୍ସନ୍ ଧିମା ହୋଇଯାଇଥାଏ । ଖାଲି ସେତିକି ନୁହେଁ ଆପଣଙ୍କ ମୋବାଇଲ ନମ୍ବର କେଉଁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ଅଛି ତାହା କେବଳ ଗୋଟିଏ ଦିନରେ ୨୫ ଥର ହିଁ ଚେକ୍ କରି ପାରିବେ ।
ୟୁପିଆଇ ସହ ଜଡ଼ିତ ଅଟୋ ପେମେଣ୍ଟ ନିୟମରେ ପରିବର୍ତ୍ତନ ହେବ । ସବ୍ସ୍କ୍ରିପ୍ସନ୍ ଆଧାରିତ ଅଟୋ ଡେବିଟ୍ କେବଳ ନନ୍ପିକ୍ ଟାଇମ୍ ପ୍ରୋସେସ୍ କରାଯିବ । ଅର୍ଥାତ୍ ସକାଳ ୧୦ ପୂର୍ବରୁ କିମ୍ବା ଅପରାହ୍ନ ୧ରୁ ସନ୍ଧ୍ୟା ୫ଟା ମଧ୍ୟରେ ହିଁ ୟୁପିଆଇରେ ଅଟୋ ଡେବିଟ୍ ହେବ । ଏହାଛଡ଼ା ଯଦି କୌଣସି ପେମେଣ୍ଟ ଅଟକି ରହିଥିବ, ତେବେ ଏହାର ଷ୍ଟାଟସ୍ କେବଳ ୩ ଥର ହଁ ଚେକ୍ କରପାରିବେ ୟୁଜର୍ସ । ଅତି କମ୍ରେ ୯୦ ସେକେଣ୍ଡ ଅନ୍ତରାଳରେ ଅଟକି ରହିଥିବା ପେମେଣ୍ଟ ଷ୍ଟାଟସ୍ ଚେକ୍ କରିପାରିବେ ।
UPI ଭାରତରେ NPCI ଅଧୀନରେ କାର୍ଯ୍ୟ କରୁଛି । NPCI ହେଉଛି ଏକ ନନ୍-ପ୍ରଫିଟ୍ ଅର୍ଗାନାଇଜେସନ୍, ଯାହାକୁ RBI ଓ Indian Banks’ Association (IBA) ଦ୍ୱାରା୨୦୦୮ ମସିହାରେ ସ୍ଥାପନ କରାଯାଇଥିଲା ।