ନୂଆବର୍ଷରୁ ନୂଆ ୟୁନିଫର୍ମ ; ସମ୍ବଲପୁରୀ ଛିଟ ୟୁନିଫର୍ମ ପିନ୍ଧିବେ ନର୍ସିଂ ଅଧିକାରୀ

ଜାନୁଆରୀ ପହିଲାରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଂ ଅଧିକାରୀ । ଏନେଇ ସୂଚନା ଦେଇଛନ୍ତି ନର୍ସିଙ୍ଗ ସଂଘ ନିର୍ଦ୍ଦେଶକ ଗୁନୁରାଣୀ ପଟ୍ଟନାୟକ ।

47aaaaaaaa

କନକ ବ୍ୟୁରୋ: ଜାନୁଆରୀ ପହିଲାରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଂ ଅଧିକାରୀ । ଏନେଇ ସୂଚନା ଦେଇଛନ୍ତି ନର୍ସିଙ୍ଗ ସଂଘ ନିର୍ଦ୍ଦେଶକ ଗୁନୁରାଣୀ ପଟ୍ଟନାୟକ । 
ବଦଳିଲା ଓଡ଼ିଶା ନର୍ସିଂ କ୍ୟାଡରର ଡ୍ରେସକୋଡ୍ ।  ନର୍ସଙ୍କ ପୋଷାକରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ । ଏଣିକି ନର୍ସିଂ ଅଫିସରଙ୍କ ୟୁନିଫର୍ମରେ ଦେଖିବାକୁ ମିଳିବ ସମ୍ବଲପୁରୀ ଛିଟ । ଦୀର୍ଘ ଦିନରୁ ଡ୍ରେସ୍ କୋଡ୍ ପରିବର୍ତ୍ତନ ନେଇ ଦାବି କରି ଆସୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି । 

ନର୍ସିଂ ଅଫିସରଙ୍କ ୟୁନିଫର୍ମରେ ସମ୍ବଲପୁରୀ ଡିଜାଇନ୍ ରହିବାନେଇ ଚିଠିରେ ଉଲ୍ଲେଖ ରହିଛି । ଡିଏନଏସ/ଏନଏସ୍ ଅଧିକାରୀଙ୍କ ୟୁନିଫର୍ମର ବି ବଦଳିବ ରଙ୍ଗ। ଅଧିକାରୀଙ୍କ କୋଲାରରେ ସ୍ଥାନ ପାଇବ ସମ୍ବଲପୁରୀ ଡିଜାଇନର ଛିଟ। ସିନିୟର ନର୍ସିଂ ଅଫିସରଙ୍କ ଇଷତ୍ ବାଇଗଣୀ ରଙ୍ଗର ଡ୍ରେସ। ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ରଙ୍ଗ ଜେନେରାଲ ୱାର୍ଡରେ କାର୍ୟ୍ୟରତ ନର୍ସ ପିନ୍ଧିବେ ଧଳା ରଙ୍ଗର ଆପ୍ରନ। ସେହିପରି ଡ୍ରେସ କୋର୍ଡ ପରିବର୍ତ୍ତନ ପାଇଁ ପୂର୍ବରୁ ଦାବି ହେଉଥିଲା । ନର୍ସଙ୍କ ୧୧ ଦଫା ଦାବି ଭିତରେ ଡ୍ରେସ କୋର୍ଡ ପରବର୍ତ୍ତନ ଥିଲା। ସେପଟେ ନୂଆ ବର୍ଷ ଜାନୁଆରୀରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଙ୍ଗ ଅଧିକାରୀ। ତାରିଖ ଚୂଡାନ୍ତ ନ ହୋଇଥିଲେ ବି ଜାନୁଆରୀ ଏକ ପାଇଁ ପ୍ରସ୍ତାବ ଦିଆଯାଇଛି। ନର୍ସିଙ୍ଗ କର୍ମଚାରୀ ଆନ୍ଦୋଳନ କରି ଡ୍ରେସ ବଦଳିବା ପାଇଁ ଦାବି କରିଥିଲେ। ଏହାକୁ ବଦଳିବା ପାଇଁ ସ୍ୱାସ୍ଥ୍ୟ ସଚିବ ଗତ ନଭେମ୍ବର ୮ ରେ ଅନୁମୋଦନ ଦେଇଛନ୍ତି। ସବୁ ଜିଲ୍ଲାକୁ ଚିଠି ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe