କନକ ବ୍ୟୁରୋ : ଟିଟିଲାଗଡ଼ ଯୁବ ବ୍ୟବସାୟୀ ଦୁର୍ଘଟଣା ମାମଲାରେ ନୂଆ ମୋଡ଼ । ଦୁର୍ଘଟଣା ନୁହେଁ, ରିତିମତ୍ ଷଡ଼ଯନ୍ତ୍ର କରି ହୋଇଥିଲା ହତ୍ୟା ଉଦ୍ୟମ । ଏହାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଛି ପୁଲିସ । ଗତ ୨୮ ତାରିଖରେ ଟିଟିଲାଗଡ଼ରେ ଜଣେ ହୋଟେଲ ମାଲିକ ଶିବଦୟାଲ ଜୈନ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବୋଲେରୋ ତାଙ୍କୁ ପିଛା କରିଥିଲା । ଧଳା ରଙ୍ଗର ନମ୍ୱର ବିହୀନ ବୋଲେରୋ ବିଡିସିସି ବ୍ୟାଙ୍କ ଆଗରେ ନିଛାଟିଆ ସ୍ଥାନ ଦେଖି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଶିବଦାୟଲଙ୍କୁ ପରିବାର ଲୋକେ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ସିସିଟିଭି ଫୁଟେଜରୁ ବୋଲେରୋଟି ଷ୍ଟେସନ ପାଖରୁ ତାଙ୍କୁ ପିଛା କରୁଥିବା ଜାଣିବାକୁ ପାଇଛି ପୁଲିସ । ବୋଲୋରୋଟି ଅଙ୍କୁର ଅଗ୍ରୱାଲଙ୍କ ନାଁରେ ଥିବାରୁ ଘଟଣାର ୧୦ ଦିନ ପରେ ତାଙ୍କୁ ଗିରଫ କରିଛି । ଶିବଦୟାଲ ଟିଟିଲାଗଡ଼ ଥାନାରେ ଏତଲା ଦେବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମୋବାଇଲ କଲ୍ ରେକର୍ଡ ଓ ବିଭିନ୍ନ ପ୍ରମାଣକୁ ଆଧାର କରି ଅଙ୍କୁରଙ୍କୁ ବିଳମ୍ବିତ ରାତିରେ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ସେପଟେ ହତ୍ୟା ଉଦ୍ୟମର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ ।