କର୍ଣ୍ଣାଟକରେ ହତ୍ୟା ଘଟଣାରେ ନୂଆ ମୋଡ : ମାତ୍ର ୧୦୦ ଟଙ୍କା ପାଇଁ ଗଣଦୁଷ୍କର୍ମ

Advertisment

ବେଳେ ବେଳେ କିଛି  ଖବର ଆପଣମାନଙ୍କ ସାମ୍ନାରେ ପରିବେଶଷ କଲା ବେଳେ ଆମକୁ ବି ଘଟଣା ଚକିତ କରେ କାହିଁକି ନା ଏଭଳି ଏକ ସମାଜ ସେହି ସମାଜରେ କେତେବେଳେ କଣ ଘଟିବ ଜଣାପଡେ ନାହିଁ ।

Updated On

ବେଳେ ବେଳେ କିଛି  ଖବର ଆପଣମାନଙ୍କ ସାମ୍ନାରେ ପରିବେଶଷ କଲା ବେଳେ ଆମକୁ ବି ଘଟଣା ଚକିତ କରେ କାହିଁକି ନା ଏଭଳି ଏକ ସମାଜ ସେହି ସମାଜରେ କେତେବେଳେ କଣ ଘଟିବ ଜଣାପଡେ ନାହିଁ ।

ଅଦ୍ୟତନ ହୋଇଛି
୧୦୦

Photograph: (KanakNews )

କନକବ୍ୟୁରୋ : ବେଳେ ବେଳେ କିଛି  ଖବର ଆପଣମାନଙ୍କ ସାମ୍ନାରେ ପରିବେଶଷ କଲା ବେଳେ ଆମକୁ ବି ଘଟଣା ଚକିତ କରେ କାହିଁକି ନା ଏଭଳି ଏକ ସମାଜ ସେହି ସମାଜରେ କେତେବେଳେ କଣ ଘଟିବ ଜଣାପଡେ ନାହିଁ । ଏମିତି ଏକ ଘଟଣା ଏବେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି ।  ଯାହା ଆପଣ ଶୁଣିଲେ ଚକିତ ହେବେ , ସୂଚନା ଅନୁଯାୟୀ କର୍ଣ୍ଣାଟକରେ ଓଡ଼ିଆ ଯୁବକ ବିଭାସଙ୍କୁ ହତ୍ୟା ଘଟଣାରେ ଆସିଛି ନୂଆ ତଥ୍ୟ । ବନ୍ଧାହେଲେ କର୍ଣ୍ଣାଟକ କାଣ୍ଡର ୨ ଅଭିଯୁକ୍ତ । ଅନ୍ୟ ଜଣେ ଏବେ ବି ଫେରାର । ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ାଉ ।

ମାର୍ଚ୍ଚ ୬ ତାରିଖରେ ହମ୍ପି ସହରର ସନାପୁର ହ୍ରଦ ନିକଟରେ ଘଟିଥିଲା ଜଘନ୍ୟକାଣ୍ଡ  । ଇସ୍ରାଏଲ ଯୁବତୀଙ୍କ ସହ ଭଡ଼ାଘର ମାଲିକାଣୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୩ ଦୁର୍ବୃତ୍ତ । ପ୍ରତିବାଦ କରିବାରୁ ସାଙ୍ଗରେ ଥିବା ୩ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି କେନାଲକୁ ଫିଙ୍ଗି ଦେଇଥିଲେ ।  ଯେଉଁଥିରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ବିଭାସ ନାୟକ। ବିଭାସ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ  ।  ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ଆମେରିକା ବାସିନ୍ଦା। ଅନ୍ୟ ଜଣେ ମହାରାଷ୍ଟ୍ରର ହୋଇଥିବା ସୂଚନା ।  କର୍ଣ୍ଣାଟକ କାଣ୍ଡକୁ ନେଇ ବିଶ୍ବ ଦରବାରରେ ଲଜ୍ଜିତ ହେଲା ଭାରତ ।

ଜଣେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ଆମେରିକାର ଯୁବକଙ୍କୁ ଆକ୍ରମଣ ସମସ୍ତଙ୍କୁ ସ୍ତବ୍ଧ କରିଛି । ୬ ତାରିଖ ରାତିରେ ୨ ଯୁବତୀଙ୍କ ସହ ୩ ପୁରୁଷ ବନ୍ଧୁ ହ୍ରଦ ନିକଟରେ ବୁଲୁଥିବା ବେଳେ ଏଭଳି କାଣ୍ଡ ଘଟିଛି । ୩ ଯୁବକ ବାଇକ୍‌ରେ ଆସି ଗଣଦୁଷ୍କର୍ମ କରିଥିଲେ । ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି କେନାଲକୁ ଫିଙ୍ଗି ଦେଇଥିଲେ । ୨ ଜଣ ପହଁରି ପହଁରି ଜୀବନ ବଞ୍ଚାଇଛନ୍ତି । ଆଜି ସକାଳୁ ଓଡ଼ିଆ ପୁଅ ବିଭାସଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସେପଟେ ଘଟଣାରେ ନୂଆ ମୋଡ ଆସିଛି , ମାତ୍ର ଶହେ ଟଙ୍କା ପାଇଁ ହତ୍ୟା କରିଛନ୍ତି ଅଭିଯୁକ୍ତ। କର୍ଣ୍ଣାଟକରେ ବିଶ୍ବ ଐତିହ୍ୟସ୍ଥଳ ହାମ୍ପି ନିକଟ ତୁଙ୍ଗଭଦ୍ରା ଲେଫ୍‌ଟ କେନାଲ ନିକଟରେ ହତ୍ୟାକାଣ୍ଡ ଘଟିଛି। ଇସ୍ରାଏଲ ପର୍ଯ୍ୟଟକଙ୍କ ସମେତ ଦୁଇ ଜଣଙ୍କୁ ଦୁଷ୍କର୍ମ ସହ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଛି। ଅଭିଯୋଗ ଅନୁସାରେ ୫ ଜଣ କେନାଲ ନିକଟରେ ଗୀତ ଶୁଣୁଥିଲେ।

ଏହି ସମୟରେ ୩ ଜଣ ବ୍ୟକ୍ତି ବାଇକ୍‌ରେ ଆସି ସେମାନଙ୍କ ପାଖରେ ପହଞ୍ଚିଥିଲେ। କେଉଁଠି ପ୍ରେଟ୍ରୋଲ ମିଳିବ ବୋଲି ପଚାରିଥିଲେ। ଏହା ସହ ୧୦୦ ଟଙ୍କା ଦାବି କରିଥିଲେ। ସେମାନେ ଅଭିଯୁକ୍ତଙ୍କ କଥା ନଶୁଣିବାରୁ ଆକ୍ରମଣ କରିଥିଲେ। ୩ ଜଣ ପୁରୁଷ ପର୍ଯ୍ୟଟକଙ୍କୁ ଆକ୍ରମଣ କରି କେନାଲକୁ ଠେଲି ଦେଇଥିଲେ। ମୃତ ଯୁବକ ଓଡିଶା କନ୍ଧମାଳ ଦାରିଙ୍ଗିବାଡି ଅଂଚଳର ବିଭାସ ନାୟକ। କନ୍ଧମାଳର ମଡରେଟର ବିଜୟ ନାୟକଙ୍କ ପୁଅ ବିଭାସ, ଦିଲ୍ଲୀର  ଷ୍ଟିଫେନ ହସ୍ପିଟାଲରେ ଚାକିରି କରୁଥିଲେ। ସେ ତାଙ୍କ ତିନିଜଣ ସାଙ୍ଗଙ୍କ ସହ କର୍ଣ୍ଣାଟକ ବୁଲିବା ପାଇଁ ଯାଇଥିଲେ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe