କନକ ବ୍ୟୁରୋ: ଆଜି ସାରା ଦେଶରେ ଗୋଟିଏ ଚର୍ଚ୍ଚା ଛତିଶଗଡ ବିଜାପୁରରେ ଏନଡିଟିଭି ସାମ୍ୱାଦିକଙ୍କୁ ନିର୍ମମ ହତ୍ୟାକୁ ନେଇକି । ଜଣାଶୁଣା ଏନଡିଟିଭି ସାମ୍ୱାଦିକ ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା କରାଯାଇଛି। ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତ ଦେହ ଉଦ୍ଧାର ହୋଇଛି।  ଠିକାଦାର ସୁରେଶଙ୍କ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରିଛି ପୁଲିସ । ତେବେ ଏହି ହତ୍ୟାକାଣ୍ଡରେ ସାମ୍ବାଦିକ ମୁକେଶ ଭାଇଙ୍କର ସମ୍ପୃକ୍ତି  ରହିଥିଲା ଏବଂ ପୋଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Advertisment

ଖବର ପ୍ରସାରଣ ପାଇଁ ସାମ୍ବାଦିକଙ୍କ ଜୀବନ ଗଲା । ଗତ ୧ ତାରିଖରୁ ନିଖୋଜ ଥିଲେ ମୁକେଶ । ଉଦବେଗର ବିଷୟ ହେଉଛି ନିମ୍ନମାନର ରାସ୍ତା ନିର୍ମାଣ ନେଇ ଖବର ପ୍ରସାରଣ କରିଥିଲେ ମୁକେଶ । ସେହି କାରଣରୁ ଠିକାଦାର ତାଙ୍କୁ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗିଦେଇଥିଲେ। ମୁକେଶ ଗତ ୧ ତାରିଖ ଦିନ ଅଚାନକ ନିଖୋଜ ହୋଇଯାଇଥିଲେ। ଜାନୁଆରୀ ୧ ତାରିଖରେ ଏହି ବୈଠକ ହୋଇଥିଲା। ଏହି ବୈଠକରେ ଯୋଗ ଦେବାକୁ ଯିବା ପରଠାରୁ ମୁକେଶଙ୍କ ଫୋନ୍ ସୁଇଚ୍‌ ଅଫ୍ ଦେଖାଇଥିଲା। ତା’ପରେ ସେ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବଡ଼ ଭାଇ ପୁଲିସ୍‌ରେ ଖବର ଦେଇଥିଲେ। ଦୁଇ ଦିନ ପରେ ଅର୍ଥାତ୍ ଗତକାଲି ଚତ୍ତନପଡ଼ାରେ ଠିକାଦାର ସୁରେଶ ଚନ୍ଦ୍ରାକରଙ୍କ ଏକ ଘର ନିକଟରେ ଥିବା ସେପ୍‌ଟିକ୍ ଟାଙ୍କିରୁ ମୁକେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ରାସ୍ତା ନିର୍ମାଣ ପାଇଁ ୫୦ କୋଟି ଟଙ୍କାର ଟେଣ୍ଡର ଦିଆଯାଇଥିଲା। ପରେ ଏହା ବଢ଼ି ବଢ଼ି ୧୨୦ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। କିନ୍ତୁ ରାସ୍ତାର ନିର୍ମାଣ ଶୈଳୀ ତଥା ଏହାର ମାନ ଓ ଲମ୍ବ କିମ୍ବା ଓସାରରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ୧୨୦ କୋଟି ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ମୁକେଶ ପ୍ରଶ୍ନ ଉଠାଇଥିଲେ ଓ ଏଥିରେ କେମିତି ଦୁର୍ନୀତି ହୋଇଛି, ସେ ନେଇ ରିପୋର୍ଟ ପ୍ରକାଶ କରିଥିଲେ। ଏହା ପରେ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ  ହତ୍ୟାକାଣ୍ଡରେ ମୁକେଶଙ୍କ ଭାଇର ସମ୍ପୃକ୍ତି ରହିଥିଲା ।