କନକବ୍ୟୁରୋ : ଜାଗା ପଜେସନକୁ ନେଇ ରାଜଧାନୀ ରେ ଗଣ୍ଡଗୋଳ । ଆକ୍ରମଣରେ ଫାଟିଲା ମହିଳାଙ୍କ ମୁଣ୍ଡ । ଘର ଭିତରେ ପଶିଲେ ଭଙ୍ଗାରୁଜା କରିବା ସହ ପିଟିଲେ । ଏନେଇ ମାମଲା ପହଞ୍ଚିଛି ଲକ୍ଷ୍ମୀସାଗର ଥାନାରେ । ଏହି ଘଟଣାରେ ଜମି ଜବରଦଖଲର ନୂଆ ତରିକା ସାମ୍ନାକୁ ଆସିଛି। କେମିତି ବାହୁବଳୀ ବାଉଁସର ଲଗାଇ ଫିଲ୍ମ ଷ୍ଟାଇଲରେ ହେଉଛି ଜାଗା ଦଖଲ ।
ଅତର୍କିତ ଭାବେ ମାଡି ଆସିଲେ ଗୁଣ୍ଡା । ଘର ଭିତରେ କଲେ ଭଂଗାରୁଜା । ଯାହାକୁ ପାରିଲେ ପିଟିଲେ । ସିସିଟିଭି ତାଡ଼ିନେଲେ । ଅଟକାଇ ବାରୁ ଯୁବତୀଙ୍କ ମୁଣ୍ଡ ଫଟାଇଲେ । ମାଡ ଖାଇବା ପରେ ଯୁବତୀ ହସ୍ପିଟାଲ ଗଲେ, ଆଉ ମାମଲା ଥାନାରେ ପହଁଚିଲା । ଏତେ ସବୁ ପଛରେ ଥିଲା ଜମି ଦଖଲ । ଗୋଟିଏ ଜମି କିନ୍ତୁ ମାଲିକ ଦୁଇ ଜଣ ହୋଇଥିବାରୁ ଏମିତି ଢଙ୍ଗରେ ବିବାଦ ଉଗ୍ର ରୂପ ନେଇଛି। ଆଇନ କାନୁନକୁ ପଛରେ ପକାଇ ବାଉଁସର ଲଗାଇ ପରସ୍ପର ତାକତ ମାପୁଛନ୍ତି । ନା ଅଛି , ପୁଲିସକୁ ଭୟ ନା ଅଛି କୋର୍ଟଙ୍କ ଆଦେଶକୁ ଖାତିର I ପୂର୍ବରୁ ଜାଗା କବଜା ପାଇଁ ବହୁବାର ବାହୁବଳୀ ବାଉଁସରଙ୍କ କାରନାମା ଦେଖିଛି ରାଜଧାନୀ I ପରିଣାମ ସ୍ୱରୂପ ବନ୍ଧା ହୋଇ ଜେଲ ବି ଯାଇଛନ୍ତି I
ଜମି ଜବରଦଖଲର ନୂଆ ଟ୍ରେଣ୍ଡ : ବାଉଁଶର ଲଗାଇ ବଳ କଷାକଷି
ଜାଗା ପଜେସନକୁ ନେଇ ରାଜଧାନୀ ରେ ଗଣ୍ଡଗୋଳ । ଆକ୍ରମଣରେ ଫାଟିଲା ମହିଳାଙ୍କ ମୁଣ୍ଡ । ଘର ଭିତରେ ପଶିଲେ ଭଙ୍ଗାରୁଜା କରିବା ସହ ପିଟିଲେ । ଏନେଇ ମାମଲା ପହଞ୍ଚିଛି ଲକ୍ଷ୍ମୀସାଗର ଥାନାରେ
/kanak/media/media_files/2025/08/26/21-2025-08-26-20-12-58.jpg)