ପରିବହନ ବିଭାଗର ନୂଆ କଟକଣା, ୪୫ ଦିନ ଭିତରେ ଜରିମାନା ନଭରିଲେ ...

Advertisment

ମୋଟରଯାନ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରି ମୋଟରଯାନ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ  କରିଛନ୍ତି କେନ୍ଦ୍ର ସରକାର। ଚାଲାଣର ଅଭିଯୋଗ ଫୈସଲା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାଲାଣ କାଟିଥିବା ସମ୍ପୃକ୍ତ ଅଧିକାରୀ ୩୦ ଦିନ ମଧ୍ୟରେ ଫୈସଲା କରିବା ବାଧ୍ୟତାମୂଳକ କରାଯାଇଛି ।

ମୋଟରଯାନ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରି ମୋଟରଯାନ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ  କରିଛନ୍ତି କେନ୍ଦ୍ର ସରକାର। ଚାଲାଣର ଅଭିଯୋଗ ଫୈସଲା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାଲାଣ କାଟିଥିବା ସମ୍ପୃକ୍ତ ଅଧିକାରୀ ୩୦ ଦିନ ମଧ୍ୟରେ ଫୈସଲା କରିବା ବାଧ୍ୟତାମୂଳକ କରାଯାଇଛି ।

traffic

କନକ ବ୍ୟୁରୋ : ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଏବେ ଆଉ କ୍ଷମା ନାହିଁ। ଚାଲାଣ କଟିବାର ୪୫ ଦିନ ଭିତରେ ଜରିମାନା ଦେବା ବାଧ୍ୟତାମୂଳକ। ଜରିମାନା ପୈଠ ନକଲେ ମିଳିବନି ମୋଟରଯାନ ସେବା । ଗୋଟିଏ ବର୍ଷରେ ୫ରୁ ଅଧିକ ଚାଲାଣ କଟିଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ । 

ଅଧିକ ପଢ଼ନ୍ତୁ :  ଫାଇନ୍‌ ଦେବାକୁ ଟ୍ରାଫିକ୍ ଥାନାରେ ପ୍ରବଳ ଭିଡ଼ ; ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଲେ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର

ମୋଟରଯାନ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରି ମୋଟରଯାନ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ  କରିଛନ୍ତି କେନ୍ଦ୍ର ସରକାର। ଚାଲାଣର ଅଭିଯୋଗ ଫୈସଲା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାଲାଣ କାଟିଥିବା ସମ୍ପୃକ୍ତ ଅଧିକାରୀ ୩୦ ଦିନ ମଧ୍ୟରେ ଫୈସଲା କରିବା ବାଧ୍ୟତାମୂଳକ କରାଯାଇଛି । ଫୈସଲା କରାନଗଲେ ଚାଲାଣକୁ ଭୂଲ ଭାବେ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ ୧୬୭ ଏବଂ ୧୬୭(ଏ)ରେ ବଡ଼ ସଂଶୋଧନ ଅଣାଯାଇଛି। ଚାଲାନ୍ ଦେୟ ନ ଦେଲେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ରେଜିଷ୍ଟ୍ରେସନ୍ସ ଅଟକିଯିବ।  

ଅଧିକ ପଢ଼ନ୍ତୁ :  ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର; ବକେୟା ଟ୍ରାଫିକ୍ ଚାଲାଣ ଅଧା ଛାଡ଼ କଲେ ସରକାର, ଏବେ ଦେବେ କେତେ ଟଙ୍କା ପଢ଼ନ୍ତୁ…

ଏନେଇ ଆଜି ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ହୋଇଛି । ଏହି ନିୟମ ଅନୁସାରେ,୧ ଜାନୁଆରୀ ୨୦୨୬ଠାରୁ ଏକ ବର୍ଷ ମଧ୍ୟରେ ଯଦି କେହି ୫ଟି କିମ୍ବା ଅଧିକ ଟ୍ରାଫିକ୍ ଅପରାଧ କରନ୍ତି, ତେବେ ସେ ବ୍ୟକ୍ତିଙ୍କୁ ନିୟମିତ ଅପରାଧୀ ଭାବେ ଗଣାଯିବ। ନୂଆ ନିୟମ ଅନୁସାରେ, ପୋଲିସ କିମ୍ବା ଅଧିକୃତ ଅଧିକାରୀ ଏହିଭଳି  ଭାବେ ଚାଲାନ୍ ଜାରି କରିପାରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe