ଭୁବନେଶ୍ବର ବିମାନ ବନ୍ଦରର ହେବ ନବକଳେବର । ବର୍ଷକ ମଧ୍ୟରେ ସରିବ କାମ ।

ପୁରୁଣା ଟର୍ମିନାଲ ପାଖରେ ନିର୍ମାଣ ହେବ ନୂଆ ଟର୍ମିନାଲ । ବର୍ଷକ ମଧ୍ୟରେ ସରିବ କାମ । ସେପଟେ ପୁରୀରେ ଏୟାରପୋର୍ଟ ପାଇଁ ସାଇଟ୍‌ କ୍ଲିୟରାନ୍ସ ମିଳିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସୂଚନା ।

6ି୍

କନକ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରର ହେବ ନବକଳେବର । ପୁରୁଣା ଟର୍ମିନାଲ ନିକଟରେ ନିର୍ମାଣ ହେବ ନୂଆ ଟର୍ମିନାଲ । ବର୍ଷେ ମଧ୍ୟରେ ଏହି କାମ ସରିବ । ବିମାନବନ୍ଦର ବୁଲି ଦେଖିବା ପରେ ଏହା କହିଛନ୍ତି ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ । ବିମାନବନ୍ଦରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ରୁ ୫୦ ଲକ୍ଷ କ୍ଷମତା ରହିଛି । ଆସନ୍ତା ବର୍ଷେ ମଧ୍ୟରେ ଭିତରେ ଏହାକୁ ୮୦ ଲକ୍ଷ କରାଯିବ । ଆଗାମୀ ୧୦ରୁ ୨୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି । ନୂଆ ଟର୍ମିନାଲ ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜରଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ଏବେ ଦେଶରେ ୨୦ ସହରକୁ ସଂଯୋଗ କରୁଛି ଭୁବନେଶ୍ବର ବିମାନବନ୍ଦର । ଆଗକୁ ଜାମ୍ମୁ, ଗୁଜୁରାଟ, ଆନ୍ଧ୍ର ଭଳି ଅନ୍ୟସ୍ଥାନକୁ ସଂଯୋଗ କରିବାକୁ ଯୋଜନା କରାଯାଉଛି । ସେହିପରି ପୁରୀ ବିମାନବନ୍ଦର ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜମି ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଇଟ କ୍ଲିୟରାନ୍ସ ମଧ୍ୟ ମିଳିସାରିଛି । ଏଥିପାଇଁ  ମନ୍ତ୍ରାଳୟ ସବୁ ପ୍ରକାର ସହଯୋଗ କରିବବୋଲି କହିଛନ୍ତି ମନ୍ତ୍ରୀ କେ. ରାମମୋହନ ନାଇଡୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe