କନକ ବ୍ୟୁରୋ: ଶେଷ ହୋଇଛି ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହିତ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ମିଳିଥିବା ସୂଚନା ମୁତାବକ, ନୂଆକରି ୧୪ଟି ସବକମିଟି ଗଠନ କରାଯାଇଛି । ତେବେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବକମିଟି ଗଠନ କରାଯାଇଛି । ତେବେ ପ୍ରତ୍ୟେକ କମିଟିରେ ପରିଚାଳନା କମିଟିର ସଭ୍ୟ ରହିଛନ୍ତି । ଶ୍ରୀ ଜଗନ୍ନାଥ ତତ୍ତ୍ୱ ଗବେଷଣା ଓ ପ୍ରକାଶନ ପାଇଁ ମଧ୍ୟ ସବକମିଟି ଗଠନ ହୋଇଛି ।
ଅନ୍ୟପଟେ ଶ୍ରୀମନ୍ଦିରରେ ଖୁବଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ । ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ବୋଲି ସୂଚନା ମିଳିଛି । ସେହିପରି ଧାଡି ଦର୍ଶନ ପାଇଁ ନୀତିକାନ୍ତି ଯେମିତି ପ୍ରଭାବିତ ହେବନି ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ କରାଯିବ । ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ପାଇଁ ଏଏସଆଇ ତରଫରୁ ଅନୁମତି ମିଳିଛି । ଏହାସହ ଦିବ୍ୟାଙ୍ଗମାନଙ୍କ ପାଇଁ ଉତ୍ତର ଦୁଆରରେ ରାମ୍ପ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ ହୋଇଛି । ତା ପାଇଁ ଏକ ଝଙଚ କରାଯିବ ।
ଏହାସହ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଦୀଘାରେ ଜଗନ୍ନାଥଧାମ ଲେଖାକୁ ନେଇ ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିଛନ୍ତି । ଆସନ୍ତା ୬ ତାରିଖରେ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରେସ ବିଜ୍ଞପ୍ତି ଜାରି କରାଯିବ । କେହି ବି ଜଗନ୍ନାଥଧାମ ଶବ୍ଦର ଅପବ୍ୟବହାର କରିପାରିବେ ନାହିଁ । ସେହିପରି ସଂସଦ ଭବନରେ ରଥଚକ ସ୍ଥାନ ପାଇଁ ପରିଚାଳନା କମିଟି ଅନୁମୋଦନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/08/26/puri-2025-08-26-14-29-18.jpg)