ନୂଆ ଢଙ୍ଗରେ ହେବ ପକ୍ଷୀ ଗଣନା; ବିଦେଶୀ ପକ୍ଷୀଙ୍କ ଗତିବିଧି ଉପରେ ନଜର ରଖିବ ସାଟେଲାଇଟ ରିଙ୍ଗ

Advertisment

ସେନସର ବ୍ୟବହାର କରି ପକ୍ଷୀ ଓ କଇଁଛଙ୍କୁ ଚିହ୍ନଟ କରାଯିବ । ଇରାନ ଓ ସିରିଆରୁ ଆସୁଥିବା ପକ୍ଷୀଙ୍କଠାରେ ଲଗାଯିବ ସାଟେଲାଇଟ୍ ରିଙ୍ଗ ।

ସେନସର ବ୍ୟବହାର କରି ପକ୍ଷୀ ଓ କଇଁଛଙ୍କୁ ଚିହ୍ନଟ କରାଯିବ । ଇରାନ ଓ ସିରିଆରୁ ଆସୁଥିବା ପକ୍ଷୀଙ୍କଠାରେ ଲଗାଯିବ ସାଟେଲାଇଟ୍ ରିଙ୍ଗ ।

Bird Census

କନକ ବ୍ୟୁରୋ : ଏଣିକି ନୂଆ ଢଙ୍ଗରେ ହେବ ପକ୍ଷୀ ଗଣନା । ପକ୍ଷୀ ଓ କଇଁଛଙ୍କ ଗଣନା ପାଇଁ ବ୍ୟବହାର କରାଯିବ ନୂଆ ଟେକ୍ନୋଲୋଜି । ସେନସର ବ୍ୟବହାର କରି ପକ୍ଷୀ ଓ କଇଁଛଙ୍କୁ ଚିହ୍ନଟ କରାଯିବ । ଇରାନ ଓ ସିରିଆରୁ ଆସୁଥିବା ପକ୍ଷୀଙ୍କଠାରେ ଲଗାଯିବ ସାଟେଲାଇଟ୍ ରିଙ୍ଗ । ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ହାରନେସ କଲର ମାଧ୍ୟମରେ ଚିହ୍ନଟ କରାଯିବ ।

ଏନେଇ ୱାଇଲ୍ଡ ଲାଇଫ ଅଫ ଇଣ୍ଡିଆ ଅନୁମତି ଦେଇଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଏହାଦ୍ୱାରା ଚିଲିକା, ଅଂଶୁପା, ହୀରାକୁଦ ଏବଂ ଭିତରକନିକାକୁ ଆସୁଥିବା ପକ୍ଷୀ ଫେରିବା ପରେ କୁଆଡେ ଯାଉଛନ୍ତି ତାହା ଜାଣିହେବ । ଏବେ ଦେଶ ବିଦେଶରୁ ୧୮୪ ପ୍ରଜାତିର ପକ୍ଷୀ ଚିଲିକାକୁ ଆସୁଛନ୍ତି । ତେଣୁ ଚିଲିକାରେ ଏକ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପନା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe