କନକ ବ୍ୟୁରୋ : ଏଣିକି ନୂଆ ଢଙ୍ଗରେ ହେବ ପକ୍ଷୀ ଗଣନା । ପକ୍ଷୀ ଓ କଇଁଛଙ୍କ ଗଣନା ପାଇଁ ବ୍ୟବହାର କରାଯିବ ନୂଆ ଟେକ୍ନୋଲୋଜି । ସେନସର ବ୍ୟବହାର କରି ପକ୍ଷୀ ଓ କଇଁଛଙ୍କୁ ଚିହ୍ନଟ କରାଯିବ । ଇରାନ ଓ ସିରିଆରୁ ଆସୁଥିବା ପକ୍ଷୀଙ୍କଠାରେ ଲଗାଯିବ ସାଟେଲାଇଟ୍ ରିଙ୍ଗ । ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ହାରନେସ କଲର ମାଧ୍ୟମରେ ଚିହ୍ନଟ କରାଯିବ ।
ଏନେଇ ୱାଇଲ୍ଡ ଲାଇଫ ଅଫ ଇଣ୍ଡିଆ ଅନୁମତି ଦେଇଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଏହାଦ୍ୱାରା ଚିଲିକା, ଅଂଶୁପା, ହୀରାକୁଦ ଏବଂ ଭିତରକନିକାକୁ ଆସୁଥିବା ପକ୍ଷୀ ଫେରିବା ପରେ କୁଆଡେ ଯାଉଛନ୍ତି ତାହା ଜାଣିହେବ । ଏବେ ଦେଶ ବିଦେଶରୁ ୧୮୪ ପ୍ରଜାତିର ପକ୍ଷୀ ଚିଲିକାକୁ ଆସୁଛନ୍ତି । ତେଣୁ ଚିଲିକାରେ ଏକ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପନା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/03/pThaWvRRnK3AWg4wSPg6.jpg)