କନକ ବ୍ୟୁରୋ: ମହାରାଷ୍ଟ୍ରରେ ଫଡନାଭିସ ସରକାରଙ୍କ ନୂଆ ଟିମ । ନାଗପୁରରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଫଡନାଭିସ୍ ସରକାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମାରୋହରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସ୍, ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ୍ ପାୱାର ଉପସ୍ଥିତ ଥିଲେ ।
ଏହି ସମୟରେ ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଧାନସଭା ନିର୍ବାଚନର ଫଳାଫଳ ବାହାରିବାର ତିନି ସପ୍ତାହରୁ ଅଧିକ ସମୟ ବିତିବା ପରେ ଫଡନାଭିସ୍ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ୩୯ ମନ୍ତ୍ରୀମାନଙ୍କ ମଧ୍ୟରେ ବିଜେପିର ୧୯, ଶିବସେନାର ୧୧ ଏବଂ ଏନସିପିର ୯ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି । ୩୩ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ୬ ବିଧାୟକ ରାଜ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।