କନକ ବ୍ୟୁରୋ : ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ । ପରିକ୍ଷାରେ ମାର୍କ ବଢେଇବା ପାଇଁ କହି ସାଇବର ଠକ ମାନେ ଛାତ୍ରଛାତ୍ରୀ ଏବଂ ତାଙ୍କ ଅବିଭାବକଙ୍କୁ ମୋବାଇଲରେ କଲ କରି ଟଙ୍କା ମାଗୁଥିବା ଅଭିଯୋଗ । ଏକାଧିକ ଛାତ୍ର ଛାତ୍ରୀଙ୍କୁ ଟଙ୍କା ମଗାଯାଉଥିବା ନେଇ ସାଇବର ଥାନା ମାମଲା ରୁଜୁ । ଫୁଲବାଣୀ ସରକାରୀ ଜୁନିଅର କଲେଜର ପ୍ରିନିସପାଲ ଜ୍ୟୋତି ପ୍ରକାଶ ରଥ ଏନେଇ ସାଇବର ଥାନାରେ ମାମାଲା ରୁଜୁ କରିଛନ୍ତି । ଗତ କିଛି ଦିନ ହେଲାଣି କେହି ଜଣେ ଦୁର୍ବୁତ ନିଜକୁ କଲେଜର ପ୍ରିନ୍ସିପାଲ କହି ଯୁକ୍ତ ଦୁଇର ପଢୁଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କ ମୋବାଇଲକୁ କଲ କରି ଆସନ୍ତା ପରୀକ୍ଷା ରେ ତୁମର ମାର୍କ ବଢେଇବା ପାଇଁ ୫୦୦୦ ଟଙ୍କା ଦିଅ ବୋଲି ମାଗୁଛନ୍ତି । ସେହି ଦୁର୍ବୁତ ଜଣକ ୬୩୭୦୮୭୧୭୨୮ ନମ୍ବରରୁ ଛାତ୍ର ଛାତ୍ରୀ ଏବଂ ତାଙ୍କ ଅବିଭାବକଙ୍କୁ କଲ କରୁଛନ୍ତି । ଏନେଇ ଅବିଭାବକ ମାନେ ଫୁଲବାଣୀ ସରକାରୀ ଜୁନିଅର କଲେଜର ପ୍ରିନ୍ସିପାଲଙ୍କୁ ଜଣାଇବା ପରେ ପ୍ରିନ୍ସିପାଲ ଏନେଇ କନ୍ଧମାଳ ସାଇବର ଥାନା ଏତଲା ଦେଇଛନ୍ତି । ସେହିଭଳି ସମାନ ନମ୍ବରରୁ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ପଢୁଥିବା କିଛି ଛାତ୍ରଛାତ୍ରୀଙ୍କୁ କଲ ଆସୁଥିବାରୁ ମହାବିଦ୍ୟାଳୟର ପ୍ରିନ୍ସିପାଲ ଏନେଇ ଗତକାଲି ରାଇକିଆ ଥାନ ରେ ଏତଲା ଦେଇଛନ୍ତି ।
ସାଇବର ଠକଙ୍କ ନୂଆ ତରିକା । ମାର୍କ ବଢାଇବା ଲୋଭ ଦେଖାଇ ଛାତ୍ର ଛାତୀଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ, ସାଇବର ଥାନାରେ ମାମଲା ରୁଜୁ
ଫୁଲବାଣୀ ସରକାରୀ ଜୁନିଅର କଲେଜର ପ୍ରିନିସପାଲ ଜ୍ୟୋତି ପ୍ରକାଶ ରଥ ଏନେଇ ସାଇବର ଥାନାରେ ମାମାଲା ରୁଜୁ କରିଛନ୍ତି । ଗତ କିଛି ଦିନ ହେଲାଣି କେହି ଜଣେ ଦୁର୍ବୁତ ନିଜକୁ କଲେଜର ପ୍ରିନ୍ସିପାଲ କହି ଯୁକ୍ତ ଦୁଇର ପଢୁଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କ ମୋବାଇଲକୁ କଲ କରି ଆସନ୍ତା ପରୀକ୍ଷା ରେ ତୁମର ମାର୍କ ବଢେଇବା ପାଇଁ ୫୦୦୦ ଟଙ୍କା ଦିଅ ବୋଲି ମାଗୁଛନ୍ତି । ସେହି ଦୁର୍ବୁତ ଜଣକ ୬୩୭୦୮୭୧୭୨୮ ନମ୍ବରରୁ ଛାତ୍ର ଛାତ୍ରୀ ଏବଂ ତାଙ୍କ ଅବିଭାବକଙ୍କୁ କଲ କରୁଛନ୍ତି ।