କନକ ବ୍ୟୁରୋ : ରାଜସ୍ବ ବିଭାଗ ଅଧିକାରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡକୁ ଆସିଛି ରାଜସ୍ବ ବିଭାଗ । ରାଜ୍ୟର ବିଭିନ୍ନ ନଦୀରୁ ବାଲି ଚୋରି କରୁଥିବା ମାଫିଆଙ୍କୁ ସାବାଡ଼ କରିବା ଲାଗି ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ବାଲି ଚୋରା ଚାଲାଣ ରୋକିବାକୁ ଖୁବଶୀଘ୍ର ନୂଆ ଏସଓପି ଆଣିବାକୁ ଯାଉଛନ୍ତି ସରକାର । 

Advertisment

ନଦୀ ଭିତରେ ପଶି ବାଲି କାଢ଼ିବା ଉପରେ ଲାଗିବ କଟକଣା
ହାଇୱା ବଦଳରେ କେବଳ ଛୋଟଗାଡ଼ିରେ ହେବ ବାଲି ପରିବହନ
କେତେ ଓଜନର ବାଲି ଯାଉଛି, ତା’ର ରହିବ ହିସାବ 
ଶସ୍ତାରେ ଲୋକଙ୍କୁ ମିଳିବ ବାଲି
ଆବାସ ହିତାଧିକାରୀଙ୍କୁ ୨ ଟ୍ରାକ୍ଟର ବାଲି ପାଇଁ ଶୁଳ୍କ ଛାଡ଼

କ୍ୟାବିନେଟରେ ଏନେଇ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଚୋରା ବାଲି କାରବାର ରୋକିବାକୁ ସରକାର କେବଳ ତତ୍ପରତା ଦେଖାଇ ନାହାନ୍ତି ବରଂ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବନ୍ଦ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗତ ୨ ତାରିଖରେ କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ଥାନା ସମ୍ମୁଖରେ ମରଣାନ୍ତକ ଆକ୍ରମଣ କରିଥିଲେ ମାଫିଆ । ଯାହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର । 

- ସରକାରୀ ଅଧିକାରୀଙ୍କୁ ଆକ୍ରମଣ କଲେ ନିସ୍ତାର ମିଳିବନି
- ପାତାଳରେ ଥିଲେ ମଧ୍ୟ ଅଭିଯୁକ୍ତ ବନ୍ଧା ହେବେ
- ରାଜ୍ୟରେ ଏଭଳି ଆକ୍ରମଣ ଆଗକୁ ନହେବା ଦରକାର
- ରାଜଧର୍ମ ପାଳନ ହେବ, ପ୍ରଭାବଶାଳୀଙ୍କୁ ଛଡ଼ାଯିବନି

ରାଜ୍ୟ ସରକାର ନୂଆ ଏସଓପି ଆଣିଲେ ଏହା ବେଶ୍ ଫଳପ୍ରଦ ହେବ । କିନ୍ତୁ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ପାତରଅନ୍ତର ହେଲେ ବରଦାସ୍ତ କରାଯିବନି ବୋଲି କହିଛନ୍ତି ମହାନଦୀ ବଞ୍ଚାଅ କମିଟିର ଆବାହକ । ବାଲି ଚୋରିକୁ ନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ଏବେ ଚେତିଛନ୍ତି ସରକାର । କିନ୍ତୁ ସରକାରଙ୍କ ଏହି ନୂଆ SOP କେବେ ଆସିବ ଓ କେବେ ବାଲି ଚୋରିରେ ବ୍ରେକ୍ ଲାଗିବ ତାହା ଦେଖିବାକୁ ରହିଲା ।