କନକ ବ୍ୟୁରୋ : ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଆଉ ପାଦେ ଆଗେଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ରବିବାର ସନ୍ଧ୍ୟାରେ ଯୋଜନାବଦ୍ଧ ଭାବେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । କାରଣ ଏମ୍କେସିଜି ମେଡିକାଲ କଲେଜର ଏଫ୍ଏମ୍ଟି ବିଭାଗୀୟ ମୁଖ୍ୟ ଡାକ୍ତର ସୁଦୀପା ଦାସ କହିଛନ୍ତି, ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତମାନେ ନିରୋଧକ ବ୍ୟବହାର କରିଥିଲେ । ମାମଲାରେ ଗିରଫ ଅଭିଯୁକ୍ତମାନଙ୍କର ସେ ଡାକ୍ତରୀ ମାଇନା କରିଥିଲେ । ଡାକ୍ତରୀ ମାଇନା ପରେ ଏଫ୍ଏମ୍ଟି ବିଭାଗୀୟ ମୁଖ୍ୟଙ୍କ ବୟାନ ଏକ ବଡ଼ ଷଡ୍ଯନ୍ତ୍ର ଆଡ଼କୁ ଇଙ୍ଗିତ କରୁଛି ।
ଅନ୍ୟପଟେ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ଼ କରିଛି କ୍ରାଇମବ୍ରାଞ୍ଚ ସିଆଇଡିର ମହିଳା ଓ ଶିଶୁ ଅପରାଧ ନିରୋଧୀ ଶାଖା । ତାଙ୍କ ବୟାନ ଆଧାରରେ ତଦନ୍ତ ଚାଲିଛି । ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ୬ ସାବାଳକ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ପରେ ଅନ୍ୟ ୪ ନାବାଳକ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ । ଏପଟେ ଅଭିଯୁକ୍ତମାନଙ୍କ ଡିଏନ୍ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ଏହାକୁ ଏସଏଫଏସଏଲକୁ ପଠାଇ ଦିଆଯାଇ ଥିବାବେଳେ ରିପୋର୍ଟ ଆସିବା ପରେ ଏମାନେ ପୀଡ଼ିତାଙ୍କ ସହ ଯୌନ ସଂପର୍କ ସ୍ଥାପନ କରିଥିବା ନେଇ ସ୍ପଷ୍ଟ ହେବ। ସେଠାକାର ମାଟି ମଧ୍ୟ ସଂଗ୍ରହ କରି ଫରେନସିକ ତଦନ୍ତ ପାଇଁ ପଠାଯାଇଛି । ଘଟଣାକୁ 'ରେଡ୍ ଫ୍ଲାଗ୍' ମାମଲା ଭାବେ ଗ୍ରହଣ କରାଯାଇଥିବାରୁ ତ୍ୱରିତ ତଦନ୍ତ ସାରିବାକୁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/19/gp-2025-06-19-20-27-54.jpg)