ୟୁପିଆଇ ପେମେଣ୍ଟରେ ଲାଗୁହେବ ନୂଆ ନିୟମ : ଜାଣନ୍ତୁ କଣ ହେବ ପରିବର୍ତ୍ତନ

ଆଜିର ଦୈନନ୍ଦିନ ଜୀବନରେ ୟୁପିଆଇର ବ୍ୟବହାର ବଢିଛି। ୟୁପିଆଇ  ଆସିବା ପରେ ଟଙ୍କା ନେଣଦେଣ ଆହୁରି ସହଜ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦେଶରେ ଦିନକୁ କୋଟି କୋଟି ଲୋକ ୟୁପିଆଇ ଟ୍ରାନଜାକ୍ସନ କରୁଛନ୍ତି  । ହଜାର ହଜାର କୋଟି ଟଙ୍କାର ଦେଣନେଣ ହେଉଛି। ଦିଲ୍ଲୀ-ମୁମ୍ବାଇ ଭଳି ବଡ ସହର ନୁହେଁ, ଛୋଟ ଛୋଟ ସହର ଓ ଗାଁରେ ୟୁପିଆଇର ବ୍ୟବହାର ବଢିଛି  । 

RULE

RULE Photograph: (KanakNews )

କନକବ୍ୟୁରୋ : ଆଜିର ଦୈନନ୍ଦିନ ଜୀବନରେ ୟୁପିଆଇର ବ୍ୟବହାର ବଢିଛି। ୟୁପିଆଇ  ଆସିବା ପରେ ଟଙ୍କା ନେଣଦେଣ ଆହୁରି ସହଜ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦେଶରେ ଦିନକୁ କୋଟି କୋଟି ଲୋକ ୟୁପିଆଇ ଟ୍ରାନଜାକ୍ସନ କରୁଛନ୍ତି  ।   ହଜାର ହଜାର କୋଟି ଟଙ୍କାର ଦେଣନେଣ ହେଉଛି। ଦିଲ୍ଲୀ-ମୁମ୍ବାଇ ଭଳି ବଡ ସହର ନୁହେଁ, ଛୋଟ ଛୋଟ ସହର ଓ ଗାଁରେ ୟୁପିଆଇର ବ୍ୟବହାର ବଢିଛି  । 

ଏହାରି ଭିତରେ ଆଜିଠାରୁ ୟୁପିଆଇ ପେମେଣ୍ଟରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି ।  ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି ।  ନିୟମ ଅନୁସାରେ, ନୂଆ ୟୁପିଆଇ ଆଇଡିରେ ପୂର୍ବରୁ ସ୍ପେଶାଲ କ୍ୟାରେକଟର ରହିବ ନାହିଁ । 

କେବଳ ଆଲଫାବେଟ୍ ଓ ନ୍ୟୁମେରିକ ବ୍ୟବହାର କରିହେବ। ଯଦି କୌଣସି ସ୍ପେଶାଲ କ୍ୟାରେକ୍ଟର ବ୍ୟବହାର କରାଯିବ, ତାହେଲେ ପେମେଣ୍ଟ କରିପାରିବେ ନାହିଁ। ତେବେ ଏହାର ପ୍ରଭାବ ସିଧାସଳଖ ୟୁଜରଙ୍କ ଉପରେ ପଡ଼ିବ। ତେବେ ଏନସିପିଆଇ ପକ୍ଷରୁ ୟୁପିଆଇରେ ଆଉ କୌଣସି ପରିବର୍ତ୍ତନ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe