କନକବ୍ୟୁରୋ : ନୂଆବର୍ଷ ୨୦୨୫କୁ ସ୍ବାଗତ କରିଛି ଭାରତ । ବର୍ଷ ବଦଳିବା ସହ ବଦଳିଛି ଅନେକ କିଛି ନିୟମ । ପୁରୁଣଶ ବର୍ଷ ସହ ପୁରୁଣା ନିୟମ ବଦଳିଛି। ନୂଆବର୍ଷରୁ ନୂଆ ନିୟମ ଲାଗୁ ହୋଇଛି। ଜାନୁଆରୀ ୧ରୁ ଅନେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ତେବେ ଜାଣନ୍ତୁ କେଉଁ ନିୟମରେ ହୋଇଛି ପରିବର୍ତ୍ତନ 

Advertisment

ନୂଆବର୍ଷରେ ନୂଆ ନିୟମ 
- ପ୍ରତିମାସର ୧ ତାରିଖ ଭଳି ଏଲପିଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି
- କମର୍ସିଆଲ ସିଲିଣ୍ଡରର ଦର ଲଗାତାର ପରିବର୍ତ୍ତନ ହେଉଥିବା ବେଳେ ଘରୋଇ ସିଲିଣ୍ଡରର ଦରରେ ଦୀର୍ଘ ମାସ ହେବ ପରିବର୍ତ୍ତନ ହୋଇନି
- ନୂଆବର୍ଷରେ କମର୍ସିଆଲ ସିଲିଣ୍ଡର ଦର କମ ହୋଇଛି
- ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଛି
- ୧ ଜାନୁଆରୀରୁ ପେନସନଧାରୀଙ୍କ ପାଇଁ ଇପିଏଫ୍ ନୂଆ ନିୟମ ଲାଗୁ କରିବାକୁ ଯାଉଛି
-  ନୂଆ ନିୟମରେ ପେନସନଧାରୀ କୌଣସି ବି ବ୍ୟାଙ୍କରୁ ପେନସନ ଉଠାଇପାରିବେ, ଏଥିପାଇଁ ଅଧିକ ଯାଞ୍ଚର ଆବଶ୍ୟକତା ପଡିବନି
-  ଆରବିଆଇ ଫିଚର ଫୋନରେ ଅନଲାଇନ ପେମେଣ୍ଟ ସୁବିଧା ପାଇଁ ୟୁପିଆଇ ୧୨୩ପେ ଆରମ୍ଭ କରିଛି
- ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ
- ପୂର୍ବରୁ ଏନେଇ ଘୋଷଣା କରିଥିଲା ଆରବିଆଇ
- ନୂଆବର୍ଷରୁ କାର କିଣିବା ମହଙ୍ଗା ହେବ, ଅନେକ ନାମୀ କମ୍ପାନୀ କାର ଦାମ ୨ରୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି
- ୧ ଜାନୁଆରୀରୁ ପୂରା ଦେଶରେ ବିଏସ-୭ ନିୟମ ଲାଗୁ ହେବ
--