କନକ ବ୍ୟୁରୋ : ଆଜି ସେପ୍ଟେମ୍ବର ୧ତାରିଖରୁ କିଛି ନୂଆ ନିୟମ ଆସିଛି । କର୍ମସିଆଲ ଏଲପିଜି ଗ୍ୟାସ ଦର ବୃଦ୍ଧି ହୋଇଛି । ୩୯ଟଙ୍କା ବଢ଼ିଛି କର୍ମସିଆଲ ଏଲପିଜି ଗ୍ୟାସ । ପ୍ରତିମାସ କର୍ମସିଆଲ ଏଲପିଜି ଗ୍ୟାସ ଦରରେ ପରିବର୍ତ୍ତନ ହୋଇଥାଏ । ଗତ ମାସ ମଧ୍ୟ ଏହି ଦର ବଢ଼ିଥିଲା । ସେହିପରି ଆଜିଠାରୁ ମଧ୍ୟ ଦର ବଢ଼ିଛି । ସେହିପରି ଏଟିଏଫ ଦର ପରିବର୍ତ୍ତନ ହୋଇଥିବାରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା । ବଡ଼ କଥା ହେଉଛି ଟ୍ରାଏର ନୂଆ ନିୟମ ଆସୁଥିବାରୁ ଫେକ୍ କଲ୍ ଓ ସ୍ପାମ ମେସେଜରେ ଲାଗିବ ଲଗାମ । ସେହିପରି କ୍ରେଡିଟ କାର୍ଡ ନିୟମରେ ବି ପରିବର୍ତ୍ତନ ଆସିଛି ।

ଆଜିଠୁ ନୂଆ ନିୟମ
-    ୩୯ଟଙ୍କା ବଢ଼ିଲା କମର୍ସିଆଲ ଏଲପିଜି ଗ୍ୟାସ
-    ଏଭିଏସନ ଟର୍ବାଇନ ଫୁଏଲ ଏଟିଏଫ ଦର ପରିବର୍ତ୍ତନ
-    ସିଏନଜି-ପିଏନଜି ଦରରେ ପରିବର୍ତ୍ତନ
-    ବିମାନ ଯାତ୍ରା ମହଙ୍ଗା ହୋଇପାରେ
-    ଫେକ୍ କଲ୍ ଓ ସ୍ପାମ ମେସେଜରେ ଲାଗିବ ଲଗାମ
-    ଆଜିଠୁ ଟ୍ରାଏ ଆଣିଛି ନୂଆ ନିୟମ
-    ୧୪୦ ମୋବାଇଲ ନମ୍ବର ସିରିଜ ପାଇଁ ନୂଆ ନିୟମ
-    ଏହି ନମ୍ବର ଡିଷ୍ଟ୍ରିବ୍ୟୁଟେଡ ଲେଜର ଟେକ୍ନୋଲୋଜି ପ୍ଲାଟଫର୍ମକୁ ସ୍ଥାନାନ୍ତରିତ ହେବ
-    ସୁରକ୍ଷା ବଢ଼ିବା ସହ ଫେକ୍ କଲ ଓ ସ୍ପାମ ମେସେଜ କମିବ
-    କ୍ରେଡିଟ କାର୍ଡ ନିୟମରେ ବି ପରିବର୍ତ୍ତନ
-    ରିୱାର୍ଡ ପଏଣ୍ଟ ଓ ପେମେଣ୍ଟ ସିଡ୍ୟୁଲରେ ହେବ ପରିବର୍ତ୍ତନ
-    କ୍ରେଡିଟ କାର୍ଡଧାରୀ ବିଜୁଳି ଓ ପାଣି ବିଲ୍ ଦେଲେ ମିଳିବ ରିୱାର୍ଡ ପଏଣ୍ଟ