କନକ ବ୍ୟୁରୋ : ଅନେକଙ୍କ ପ୍ରଥମ ପସନ୍ଦ ହେଉଛି ରେଳଯାତ୍ରା । କମ ଖର୍ଚ୍ଚରେ ଦୁର ସ୍ଥାନକୁ ଯିବାର ସବୁଠୁ ଭଲ ମାଧ୍ୟମ ହେଉଛି ରେଳଯାତ୍ରା। ଆଉ ସାଥିରେ ନିଜ ଇଛା ଅନୁଯାୟୀ ଜିନିଷ ନେବାର ବି ରହିଥିଲା ସୁଯୋଗ । କିନ୍ତୁ ଏଣିକି ବିମାନଯାତ୍ରୀଙ୍କ ଭଳି ରେଳଯାତ୍ରୀଙ୍କୁ ଖୁବଶୀଘ୍ର ଅଧିକ ଓଜନର ବ୍ୟାଗପତ୍ର ନେଲେ ଅଧିକ ଅର୍ଥ ଦେବାକୁ ପଡ଼ିବ। ରେଳଯାତ୍ରୀଙ୍କ ପାଇଁ ରହିଥିବା ବ୍ୟାଗେଜ୍‌ ନିୟମକୁ ଶୀଘ୍ର କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରାଳୟ ।

Advertisment

ବିମାନଯାତ୍ରୀଙ୍କୁ ଯେଭଳି ଲଗେଜ୍‌ ସୀମା ବାହାରେ ଅଧିକ ସାମଗ୍ରୀ ନେଲେ ଅଧିକ ଶୁଳ୍କ ଦେବାକୁ ପଡ଼ୁଛି ରେଳଯାତ୍ରୀଙ୍କୁ ମଧ୍ୟ ସେଭଳି ଅଧିକ ଶୁଳ୍କ ଗଣିବାକୁ ପଡ଼ିବ। ଅଧିକ ବଡ଼ ଆକାରର ବ୍ୟାଗ୍ ନେଉଥିଲେ ଓଜନ ଯାହା ହେଲେ ମଧ୍ୟ ସେଥିପାଇଁ ଶୁଳ୍କ ଦେବାକୁ ପଡ଼ିବ ।  ରେଳ ଷ୍ଟେସନରେ ଥିବା ଇଲେକ୍ଟ୍ରୋନିକ ମେସିନରେ ଯାତ୍ରୀମାନଙ୍କୁ ସେମାନଙ୍କ ବ୍ୟାଗକୁ ଓଜନ କରିବାକୁ ପଡ଼ିବ। ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଯାତ୍ରୀ।  ପ୍ରୟାଗରାଜ ଜଙ୍କସନ, କାନପୁର ସେଣ୍ଟ୍ରାଲ, ମିର୍ଜାପୁର ଷ୍ଟେସନରେ  ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ ହେବ  ।

ଏସି ପ୍ରଥ‌ମ‌ ଶ୍ରେଣୀରେ ଯାତ୍ରୀମାନେ ୭୦ କିଲୋ ପର୍ଯ୍ୟନ୍ତ  ସାମଗ୍ରୀ ନେଇପାରିବେ । ଦ୍ବିତୀୟ ଶ୍ରେଣୀ ଏସି ଯାତ୍ରୀ ୫୦ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ନେବାକୁ ଅନୁମତି  ।  ତୃତୀୟ ଶ୍ରେଣୀ ଏସି ଓ ସ୍ଲିପର ଶ୍ରେଣୀରେ ୪୦ କିଲୋ ନେଇ ପାରିବେ । ସାଧାରଣ ଶ୍ରେଣୀରେ ୩୫ କିଲୋ ପର୍ଯ୍ୟନ୍ତ  ସାମଗ୍ରୀ ବିନା ମୂଲ୍ୟରେ ନେବାର ଅନୁମତି ।