କନକ ବ୍ୟୁରୋ : ପୁଣି ଥରେ ପରିବର୍ତ୍ତନ ହେବାକୁ ଯାଉଛି ୫୦୦ଶହ ଟଙ୍କିଆ ନୋଟ୍ । ଏହା ସହିତ ୧୦ଟଙ୍କିଆ ନୋଟକୁ ବି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁସାରେ, ଏହି ଦୁଇ ନୋଟରେ ବଡ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଅନୁସାରେ, ମହାତ୍ମା ଗାନ୍ଧୀଙ୍କ ନୂଆ ଫଟୋ ଏବଂ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ସହ ନୂଆ ୧୦ଟଙ୍କି ଏବଂ ୫୦୦ଟଙ୍କିଆ ନୋଟ୍ ଜାରି କରାଯିବ । ଅର୍ଥାତ୍ ନୋଟରେ କୌଣସି ବଡ ପରିବର୍ତ୍ତନ ହେବ ନାହିଁ ।
କ’ଣ ହେବ ପୁରୁଣା ନୋଟ୍?
ଆରବିଆଇ ସ୍ପଷ୍ଟ ଭାବେ କହିଛି, ନୂଆ ନୋଟ୍ ଜାରି ହେବା ପରେ ବି ପୁରୁଣା ନୋଟ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବଜାର ଏବଂ ବ୍ୟାଙ୍କରେ ଯେଉଁଭଳି ଭାବେ ୧୦ଟଙ୍କିଆ ଓ ୫୦୦ଟଙ୍କିଆ ନୋଟ୍ ବ୍ୟବହାର ହେଉଥିଲା ସେହିପରି ଭାବେ ପ୍ରଚଳିତ ହେବ । ଏହାର ଅର୍ଥ ୨ପ୍ରକାର ନୋଟ୍ ନୂଆ ଓ ପୁରୁଣା ନୋଟ୍ ବିନା ଦ୍ୱନ୍ଦ୍ୱରେ ବଜାରରେ ପ୍ରଚଳିତ ହେବ । ଏଥିରେ କୌଣସି ସମସ୍ୟା ହେବ ନାହିଁ ।
୧୦୦ ଓ ୨୦୦ ଟଙ୍କାର ବି ନୂଆ ନୋଟ୍ ଆସିବ
ଗତ ମାସରେ ଆରବିଆଇ ୧୦୦ଟଙ୍କିଆ ନୋଟ୍ ଏବଂ ୨୦୦ଟଙ୍କିଆ ନୋଟ୍ ପରିବର୍ତ୍ତନ କରିବା ନେଇ ଘୋଷଣା କରିଥିଲେ । ଏହାର ଅର୍ଥ ଖୁବ୍ଶୀଘ୍ର ବଜାରରେ ୧୦, ୧୦୦, ୨୦୦ ଓ ୫୦୦ଟଙ୍କାର ନୂଆ ନୋଟ୍ ଦେଖିବାକୁ ମିଳିପାରେ । ଏହି ସବୁ ନୋଟ୍ ଉପରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ ।
ପୁଣି ବଦଳିବ ରଙ୍ଗ ଓ ଆକାର
ପୂର୍ବରୁ, ବିମୁଦ୍ରାକରଣ ପରେ, RBI ନୂତନ ୫୦୦ ଟଙ୍କାର ନୋଟ୍ ଜାରି କରିଥିଲା, ଯାହାର ରଙ୍ଗ ଏବଂ ଆକାରରେ ବଡ଼ ପରିବର୍ତ୍ତନ ଆସିଥିଲା । ଏବେ ପୁଣି ଥରେ ରିଜର୍ଭ ବ୍ୟାଙ୍କ ନୂତନ ୫୦୦ ଟଙ୍କାର ନୋଟ୍ ଜାରି କରିବାକୁ ଯାଉଛି । ଏହି ନୋଟଗୁଡ଼ିକର ରଙ୍ଗ, ଆକାର, ଥିମ୍, ସିକ୍ୟୁରିଟି ଫିଚର୍ସ ଏବଂ ଡିଜାଇନରେ ବଡ଼ ପରିବର୍ତ୍ତନ ଆସିବ । ବର୍ତ୍ତମାନର ୫୦୦ ଟଙ୍କାର ନୋଟ୍ ଷ୍ଟୋନ୍ ଗ୍ରେ କଲରର ଥିଲା, କିନ୍ତୁ ଏବେ ଏକ ନୂତନ ରଙ୍ଗ ପ୍ରଚଳନ କରାଯାଇପାରେ । ଏବଂ ଏହାର ଆକାରରେ ମଧ୍ୟ ପରିବର୍ତ୍ତନ ହେବା ନେଇ ସୂଚନା ମିଳିଛି ।
ତେବେ ଏଠାରେ କହିରଖୁଛୁ କି ନୂତନ ୫୦୦ଟଙ୍କିଆ ନୋଟ୍ ଓ ୧୦ଟଙ୍କିଆ ନୋଟ୍ ପ୍ରଚଳନ ଦ୍ୱାରା ଜନସାଧାରଣଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।