ଆମ ବସକୁ ନେଇ ଆସୁଛି ବଡ଼ ଖବର । ଏବେ କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ ଆମ ବସ୍ । ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ 'ଆମ ବସ୍' ର ନୂଆରୁଟ୍ । ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର । ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ଚାଲିବ ଇ-ବସ୍ । ଭୁବନେଶ୍ବର ଗାଢକଣସ୍ଥିତ ଆମ ବସ୍ ଡିପୋରେ ୪୦ଟି ନୂଆ ଇ-ବସର ଉଦଘାଟନ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
/kanak/media/media_files/2025/04/03/QJPraYZL9h2SGmVxdTqZ.jpg)
ଇତ୍ୟ ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି , ଖୁବଶୀଘ୍ର ରାଜ୍ୟର ୮ଟି ସହରରେ ଆମ ବସ୍ ସେବା ଆରମ୍ଭ ହେବ ଏବଂ କେନ୍ଦ୍ର ସରକାର ଓଡିଶାକୁ ୪୦୦ ଇ-ବସ୍ ଯୋଗାଇବେ । ତେବେ ବସ୍ ଦୁର୍ଘଟଣା କମାଇବା ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ଆମ ବସ୍ ଭିତରେ ଦୁଇଟି ସିସିଟିଭି କ୍ୟାମେରା ବି ଲଗାଯାଇଥିବା କଥା କହିଛନ୍ତି ମନ୍ତ୍ରୀ ।
/kanak/media/media_files/2025/04/03/qfqjuNWdDcTsI4G4eXAW.jpg)