ଟେନିସ୍ ଖେଳାଳି ରାଧିକାଙ୍କ ହତ୍ୟା ମାମଲାରେ ନୂଆ ଖୁଲାସା ; ଅଭିନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଗୁରୁଗ୍ରାମ ଟେନିସ୍ ଖେଳାଳି ରାଧିକା ଯାଦବ ହତ୍ୟା ମାମଲାରେ ନୂଆ ଖୁଲାସା । ସମ୍ପୃକ୍ତି ନେଇ ଆସିଲା ସହ ଅଭିନେତାଙ୍କ ନାଁ । ଭିଡିଓ ଜାରି କରି ଖଣ୍ଡନ କଲେ ଅଭିନେତା । ଅଭିଯୁକ୍ତ ବାପାଙ୍କୁ ଚାଲିଛି ଜେରା ।

72

କନକ ବ୍ୟୁରୋ: ଟେନିସ୍ ଖେଳାଳି ରାଧିକା ଯାଦବ ହତ୍ୟା ମାମଲାରେ ନୂଆ ଖୁଲାସା । ଗୁରୁଗ୍ରାମର ୨୫ ବର୍ଷୀୟା ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ସହ-ଅଭିନେତା ଇନାମୁଲ ହକଙ୍କର ଏହି ହତ୍ୟା ସହ ସମ୍ପର୍କ ଥିବା ଅଭିଯୋଗ ହୋଇଛି । ଯିଏ ରାଧିକାଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ କାମ କରିଥିଲେ । ତେବେ ସେ ହତ୍ୟା ସହ କୌଣସି ସମ୍ପର୍କ ନଥିବା କହିଛନ୍ତି । 

ଇନାମୁଲ କହିଛନ୍ତି, ସେ ୨୦୨୩ରେ ଦୁବାଇରେ ମ୍ୟୁଜିକ୍ ଭିଡିଓ ସୁଟିଂ ସମୟରେ ରାଧିକାଙ୍କୁ ଶେଷ ଥର ପାଇଁ ଭେଟିଥିଲେ । ରାଧିକା ତାଙ୍କୁ କହିଥିଲେ ଯେ, ତାଙ୍କ ବାପା ଦୀପକ ଯାଦବ ଗୀତଟିକୁ ପସନ୍ଦ କରିଥିଲେ। ପୁଲିସ ସୂଚନା ଅନୁସାରେ, ଝିଅ  ଟେନିସ୍ ଏକାଡେମୀ ଚଳାଇବା ନେଇ ଦୀପକ ଅସନ୍ତୁଷ୍ଟ ଥିଲେ, ଯାହା ହତ୍ୟାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଦୀପକଙ୍କୁ ଗିରଫ କରାଯାଇ ଏହି ଘଟଣାରେ ଅନୁସନ୍ଧାନ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe