ନୂଆ ବର୍ଷରେ କମିଶନରେଟ୍‌ ପୋଲିସର ନୂଆ ସଂକଳ୍ପ । ସାଧାରଣ ଲୋକଙ୍କ ସହଭାଗୀତାରେ ହେବ ଅପରାଧ ନିୟନ୍ତ୍ରଣ

ନୂଆ ବର୍ଷରେ କମିଶନରେଟ୍‌ ପୋଲିସର ନୂଆ ସଂକଳ୍ପ । ସାଧାରଣ ଲୋକଙ୍କ ସହଭାଗୀତାରେ ହେବ ଅପରାଧ ନିୟନ୍ତ୍ରଣ । କମ୍ୟୁନିଟି ପୋଲିସିଂକୁ କମିଶନରେଟ ପୋଲିସ ଗୁରୁତ୍ୱ ଦେବ ।

ଅଦ୍ୟତନ ହୋଇଛି
cccp

cccp Photograph: (kanaknews)

କନକ ବ୍ୟୁରୋ : ନୂଆ ବର୍ଷରେ କମିଶନରେଟ୍‌ ପୋଲିସର ନୂଆ ସଂକଳ୍ପ । ସାଧାରଣ ଲୋକଙ୍କ ସହଭାଗୀତାରେ ହେବ ଅପରାଧ ନିୟନ୍ତ୍ରଣ । କମ୍ୟୁନିଟି ପୋଲିସିଂକୁ କମିଶନରେଟ ପୋଲିସ ଗୁରୁତ୍ୱ ଦେବ । ଏଥିସହ କମିଶନରେଟ୍‌ ପୋଲିସର ବାର୍ଷିକ ରିପୋର୍ଟ ମଧ୍ୟ ସାମନାକୁ ଆସିଛି । ଡକାୟତି, ଲୁଟ, ଚୋରି ଗତବର୍ଷ କଟକ ଓ ଭୁବନେଶ୍ୱରରେ କମିଛି । ସେହିପରି ଗୋଷ୍ଠୀକନ୍ଦଳ ଓ ଟ୍ରାଫିକ୍‌ କେସ୍‌ ସାମାନ୍ୟ ହ୍ରାସ ହୋଇଛି । 

ତେବେ କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟଲେଞ୍ଜ ପାଲଟିଛି ସାଇବର କ୍ରାଇମ୍ । ୨୦୨୪ ମସିହାରେ ୭ ହଜାର ୨୬୩ ସାଇବର ମାମଲା ରୁଜୁ କରାଯାଇଛି । ୮୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ୨୩ କୋଟି୬୦ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ୨ କୋଟି ୫୦ ଲକ୍ଷ ଟଙ୍କା ଲୋକଙ୍କୁ ଫୋରସ୍ତ ହୋଇଛି । ସାଇବର ଅପରାଧ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ତେବେ  ଟୁଇନ ସିଟିରେ ବଢୁଥିବା ଟ୍ରାଫିକ ସମସ୍ୟା ରୋକିବା ଓ ଦୁର୍ଘଟଣା ହାର କମାଇବା,୨୦୨୫ ମସିହାରେ କମିଶନରେଟ ପୋଲିସର ମୁଖ୍ୟ ପ୍ରୟାସ ରହିବ ବୋଲି କହିଛନ୍ତି କମିଶନର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe