କନକ ବ୍ୟୁରୋ : ନୂଆ ବର୍ଷରେ କମିଶନରେଟ୍ ପୋଲିସର ନୂଆ ସଂକଳ୍ପ । ସାଧାରଣ ଲୋକଙ୍କ ସହଭାଗୀତାରେ ହେବ ଅପରାଧ ନିୟନ୍ତ୍ରଣ । କମ୍ୟୁନିଟି ପୋଲିସିଂକୁ କମିଶନରେଟ ପୋଲିସ ଗୁରୁତ୍ୱ ଦେବ । ଏଥିସହ କମିଶନରେଟ୍ ପୋଲିସର ବାର୍ଷିକ ରିପୋର୍ଟ ମଧ୍ୟ ସାମନାକୁ ଆସିଛି । ଡକାୟତି, ଲୁଟ, ଚୋରି ଗତବର୍ଷ କଟକ ଓ ଭୁବନେଶ୍ୱରରେ କମିଛି । ସେହିପରି ଗୋଷ୍ଠୀକନ୍ଦଳ ଓ ଟ୍ରାଫିକ୍ କେସ୍ ସାମାନ୍ୟ ହ୍ରାସ ହୋଇଛି ।
ତେବେ କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟଲେଞ୍ଜ ପାଲଟିଛି ସାଇବର କ୍ରାଇମ୍ । ୨୦୨୪ ମସିହାରେ ୭ ହଜାର ୨୬୩ ସାଇବର ମାମଲା ରୁଜୁ କରାଯାଇଛି । ୮୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ୨୩ କୋଟି୬୦ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ୨ କୋଟି ୫୦ ଲକ୍ଷ ଟଙ୍କା ଲୋକଙ୍କୁ ଫୋରସ୍ତ ହୋଇଛି । ସାଇବର ଅପରାଧ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ତେବେ ଟୁଇନ ସିଟିରେ ବଢୁଥିବା ଟ୍ରାଫିକ ସମସ୍ୟା ରୋକିବା ଓ ଦୁର୍ଘଟଣା ହାର କମାଇବା,୨୦୨୫ ମସିହାରେ କମିଶନରେଟ ପୋଲିସର ମୁଖ୍ୟ ପ୍ରୟାସ ରହିବ ବୋଲି କହିଛନ୍ତି କମିଶନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/01/cJitwvcPtO1udmliDuuW.jpg)