କନକ ବ୍ୟୁରୋ: ଚନ୍ଦାପଣ ଭଳି ସମସ୍ୟା ଭୋଗୁଥିଳେ ହୁଅନ୍ତୁନି ନିରାଶ । ବୈଜ୍ଞାନିକ ଗବେଷଣାରୁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କେଶର ଉପଯୁକ୍ତ ଯତ୍ନ ନେବା ଦ୍ୱାରା ଏହା ପୁଣିଥରେ ପୂର୍ବ ଅବସ୍ଥାକୁ ଫେରି ଆସିବ ବୋଲି ଗବେଷକ ଦଳ ଦାବି କରିଛନ୍ତି । ଷ୍ଟେମ୍ ସେଲ୍ ରିସର୍ଚ୍ଚ ଆଣ୍ଡ୍ ଥେରାପିରେ ପ୍ରକାଶିତ ଗବେଷଣାରେ କୁହାଯାଇଛି ଯେ ଏହି କେଶ ମୂଳ ଅର୍ଥାତ୍ ଫଲିକଲ୍ ଶରୀରର କିଛି ପ୍ରଣାଳୀ ସହିତ ମିଶି କାର୍ଯ୍ୟ କରିଥାନ୍ତି । ଯେତେବେଳେ ଏହି ପ୍ରଣାଳୀ କୌଣସି କାରଣରୁ ବାଧାପ୍ରାପ୍ତ ହୋଇଥାଏ, ସେତେବେଳେ କେଶ ଝଡ଼ିବା ଆରମ୍ଭ ହୋଇଥାଏ । ଯଦି ଏହି ପ୍ରଣାଳୀଗୁଡ଼ିକ ପୁଣି ଥରେ ସଠିକ୍ ଭାବରେ କାମ କରିବା ଆରମ୍ଭ କରନ୍ତି, ତେବେ ପୁଣିଥରେ କେଶ ପୂର୍ବ ଅବସ୍ଥାକୁ ଫେରି ଆସିବା ସମ୍ଭବ ।
-ଯତ୍ନ ନେଲେ ପୁଣିଥରେ ଫେରିଆସିବ ପୂର୍ବାବସ୍ଥା
-ଷ୍ଟେମ୍ ସେଲ୍ ରିସର୍ଚ୍ଚ ଆଣ୍ଡ୍ ଥେରାପିର ବଡ଼ ଦାବି
-କିଛି ଉପାୟ ଆପଣାଇଲେ କେଶ ହେବ ଗହଳ
-କେଶ ମୂଳ ଅର୍ଥାତ୍ କେଶ ଫଲିକଲ୍ ଦୁର୍ବଳ ହେଲେ ଝଡ଼ିଥାଏ କେଶ
-ପ୍ରଣାଳୀଗୁଡ଼ିକ ପୁଣି ଥରେ ସଠିକ୍ ଭାବରେ କାମ କଲେ ବଢେ କେଶ
-ଜିନ୍ ଏଡିଟିଂ କୌଶଳ ଏବଂ ଷ୍ଟେମ୍ ସେଲ୍ ଭଳି କୌଶଳର ସାହାଯ୍ୟ ନିଆଯାଇପାରିବ
-ଏହି ପଦ୍ଧତି ଏପର୍ଯ୍ୟନ୍ତ ଗବେଷଣା ପର୍ଯ୍ୟାୟରେ ରହିଛି
-ଆଗାମୀ ୨ବର୍ଷ ମଧ୍ୟରେ ମଣିଷ ଉପରେ ଏହାର ପରୀକ୍ଷଣ ଆରମ୍ଭ ହେବ
-ଯେତେବେଳେ କେଶ ଝଡ଼ିଥାଏ, ଏହାର ମୂଳ ଅର୍ଥାତ୍ ଫୋଲିକଲ୍ ମରେ ନାହିଁ
-ଫୋଲିକଲ୍ ଗୁଡ଼ିକ କେବଳ ନିଷ୍କ୍ରିୟ ହୋଇ ରହିଥାନ୍ତି
-ଏନେଇ ଅଧିକ ଗବେଷଣା ସଫଳତା ଆଣିଦେବ ବୋଲି ଆଶା ବୃଦ୍ଧି ହୋଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/24/29-baldnes-2025-07-24-11-44-24.jpg)