କନକ ବ୍ୟୁରୋ : ଜାପାନର ଏକ ସହରରେ ସ୍ମାର୍ଟଫୋନ୍ ବ୍ୟବହାର ପାଇଁ ଦୈନିକ ଦୁଇ ଘଣ୍ଟାର ବିରତି ରହିବ । ଜାପାନର ଏକ ସହରରେ ୬୯,୦୦୦ ବାସିନ୍ଦାଙ୍କ ପାଇଁ ସ୍ମାର୍ଟଫୋନ୍ ବ୍ୟବହାରକୁ ଦୈନିକ ଦୁଇ ଘଣ୍ଟାରେ ସୀମିତ କରିବାକୁ ପ୍ରସ୍ତାବ ଦେଇଛି । ଏହି ନିୟମ ଆଣିବାର ପ୍ରମୁଖ କାରଣ ହେଉଛି, ମୋବାଇଲରୁ କିଛି ଘଣ୍ଟା ନିଜକୁ ଦୂରେଇ ରଖି ,ନିଜ ପାଇଁ ସମୟ ବାହାର କରିବା, କିନ୍ତୁ ଜାପାନ ପାର୍ଲାମେଣ୍ଟରେ ଏବେ ଏହା ତୀବ୍ର ବିତର୍କର କାରଣ ସାଜିଛି । ସ୍ଥାନୀୟ ପ୍ରଶାସନ କହିଛି, ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର ଯୁବକ ଓ ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ସାମାଜିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଏହି ନିୟମ ସମସ୍ତ ବୟସର ଲୋକଙ୍କ ପାଇଁ ପ୍ରଯୁଜ୍ୟ ହେବ ବୋଲି ପ୍ରସ୍ତାବ ଦିଆଯାଇଛି । ତେବେ, ଏହି ପ୍ରସ୍ତାବକୁ ନେଇ ମତଭେଦ ଦେଖାଦେଇଛି । କେତେକ ଲୋକ ଏହାକୁ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆଘାତ ବୋଲି କହିଛନ୍ତି ତ ଆଉ କେତେକ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ପ୍ରଶାସନ ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ଜାରି ରଖିଛି, କିନ୍ତୁ ଏହାର ସଫଳତା ବାସିନ୍ଦାଙ୍କ ସହଯୋଗ ଉପରେ ନିର୍ଭର କରୁଛି ।
ମୋବାଇଲକୁ ଦୁଇଘଣ୍ଟା ବିଶ୍ରାମ ଦିଅ
ମୋବାଇଲ ବ୍ୟବହାର ନେଇ ଜାପାନରେ ଆସିପାରେ ନୂଆ ନିୟମ
ଦୈନିକ ଦୁଇଘଣ୍ଟା ମୋବାଇଲଠାରୁ ବିରତ ରହିବାକୁ ପରାମର୍ଶ
ଜାପାନର ଏକ ସହରରେ ଜାରି ହୋଇଛି ନୂଆ ନିୟମ
ସହରର ୬୯, ୦୦୦ ବାସିନ୍ଦାଙ୍କ ପାଇଁ ସ୍ମାର୍ଟଫୋନକୁ ଦିନକୁ ଦୁଇ ଘଣ୍ଟା ବ୍ୟବହାର ନକରିବାକୁ ପରାମର୍ଶ
ମୋବାଇଲରୁ କିଛି ଘଣ୍ଟା ନିଜକୁ ଦୂରେଇ ରଖିବାକୁ ନିର୍ଦ୍ଦେଶ
ପ୍ରସଂଗକୁ ନେଇ ଜାପାନ ପାର୍ଲାମେଣ୍ଟରେ ବିତର୍କ
ନିଜ ପାଇଁ ସମୟ ବାହାର କରିବା ପାଇଁ ଆସିପାରେ ନିୟମ
ନିୟମ ଉଲ୍ଲଂଘନ କଲେ କାର୍ଯ୍ୟନୁଷ୍ଠାନ ହେବ ନାହିଁ , ୮୦%ଲୋକ ପ୍ରସ୍ତାବରେ ଖୁସି ନାହାନ୍ତି
Follow Us