କନକ ବ୍ୟୁରୋ: ଆସନ୍ତାମାସକୁ ରାଜ୍ୟର ହିତାଧିକାରୀ ପାଇବେ ନୂଆ ରାସନ୍ କାର୍ଡ । ରାସନକାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଚାଲିଛି । ଅଯୋଗ୍ୟ ହିତାଧିକାରୀ ବାଦ ପଡିବା ପରେ ରାସନକାର୍ଡ ବଣ୍ଟାଯିବ ।
- ନଭେମ୍ୱରରୁ ମିଳିବ ନୂଆ ରାସନକାର୍ଡ
- ୧୦ ଲକ୍ଷ ହିତାଧିକାରୀ ହୋଇପାରନ୍ତି ସାମିଲ
ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ଦୀର୍ଘ ୬ ବର୍ଷ ପରେ ନୂଆ ହିତାଧିକାରୀଙ୍କୁ ସାମିଲ କରିବେ ନୂଆ ସରକାର । ଆସନ୍ତା ମାସ ଅର୍ଥାତ ନଭେମ୍ବରରେ ନୂଆ ହିତାଧିକାରୀଙ୍କୁ ମିଳିବ ନୂଆ ରାସନକାର୍ଡ । ନୂଆ ରାସନକାର୍ଡ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ଆବେଦନକାରୀଙ୍କ ସାମିଲ ନେଇ ବିଭାଗ ପକ୍ଷରୁ ତର୍ଜମା ଚାଲିଛି । ରାସନକାର୍ଡ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଓ ଭୂତ ହିତାଧିକାରୀଙ୍କୁ ଧରିବାକୁ ଇ-କେୱାଇସିକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।
- କଟିବେ ୨୦ ଲକ୍ଷ, ସାମିଲ ହେବେ ୧୦ ଲକ୍ଷ
- ଇ-କେୱାଇସି ଧରୁଛି ଭୂତ ହିତାଧିକାରୀ
ଜାଲି କାର୍ଡ ଓ ଭୂତ ହିତାଧିକାରୀଙ୍କୁ ଧରିବା ଲାଗି ଅଗଷ୍ଟ ୨୨ ତାରିଖରୁ ରାଜ୍ୟରେ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସମୟରେ ଅନେକ ଜାଲ କାର୍ଡ ଥିବା ଜଣାପଡିଛି । ଇ-କେୱାଇସିରୁ ପ୍ରାୟ ୨୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଥିବା ଜଣାପଡିଛି । ବିଧାନସଭାରେ ସରକାର ତଥ୍ୟ ଦେଇଥିଲେ, ୧୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ ଲକ୍ଷରୁ ଅଧିକ କାର୍ଡ ଯାଞ୍ଚ ହୋଇସାରିଲାଣି ।
ସୂଚନାଯୋଗ୍ୟ ଯେ, ଗତକାଲି ଯୋଗାଣମନ୍ତ୍ରୀ କହିଥିଲେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ରାସନକାର୍ଡ କଟାଯିବ । ଲକ୍ଷ ଲକ୍ଷ ହିତାଧିକାରୀ ବର୍ଷ ବର୍ଷ ଧରି ରାସନକାର୍ଡ ଅପେକ୍ଷାରେ ଅଛନ୍ତି । ହେଲେ ନଭେମ୍ୱରରେ ରାସନକାର୍ଡ ମିଳିବ ନା ତାରିଖ ଘୁଞ୍ଚିବ, ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/10/30/gaJkbKq0R7Fx7pW5RLUB.jpg)