ସେପ୍ଟେମ୍ବରରେ ନୂଆ ରାସନକାର୍ଡ; ସାମିଲ ହୋଇପାରନ୍ତି ୧୦ଲକ୍ଷ ହିତାଧିକାରୀ

Advertisment

ଏଇ ମାସରେ ଆଶାୟୀ ପାଇବେ ନୂଆ ରାସନକାର୍ଡ । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଆବେଦନ କରିସାରିଲେଣି । ଏବେ ଇ-କେୱାଇସି ପାଇଁ ପ୍ରକ୍ରିୟା ଚାଲିଛି । କାର୍ଡ ଯାଞ୍ଚ ହୋଇ ଜାଲ କାର୍ଡ ଧରିବା ପରେ ନୂଆ କାର୍ଡ ଦେବେ ରାଜ୍ୟ ସରକାର।

ଏଇ ମାସରେ ଆଶାୟୀ ପାଇବେ ନୂଆ ରାସନକାର୍ଡ । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଆବେଦନ କରିସାରିଲେଣି । ଏବେ ଇ-କେୱାଇସି ପାଇଁ ପ୍ରକ୍ରିୟା ଚାଲିଛି । କାର୍ଡ ଯାଞ୍ଚ ହୋଇ ଜାଲ କାର୍ଡ ଧରିବା ପରେ ନୂଆ କାର୍ଡ ଦେବେ ରାଜ୍ୟ ସରକାର।

Ration Card

କନକ ବ୍ୟୁରୋ : ନୂଆ ରାସନକାର୍ଡ ପାଇବାକୁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମୋହନ ସରକାର । ସେପ୍ଟେମ୍ବର ମାସ ଭିତରେ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ଦେବାକୁ ଯୋଜନା କରିଛନ୍ତି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ପ୍ରଶ୍ନକାଳରେ କହିଛନ୍ତି, ନୂଆ ହିତାଧିକାରୀଙ୍କ ଆବେଦନ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ରାସନ୍ କାର୍ଡ ପାଇଁ ୧୦ ଲକ୍ଷ ଆବେଦନ ହୋଇ ସାରିଲାଣି । ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ମିଳିବ ।

ଜାରି ରହିଛି ଭୂତ ହିତାଧିକାରୀ ଧରପଗଡ଼ । ୨୦ ରୁ ୨୫% ଚିହ୍ନଟ ହେଲେଣି ଜାଲ ହିତାଧିକାରୀ । ଗଷ୍ଟ ୨୨ ତାରିଖ ଠାରୁ ଇ-କେୱାଇସି ପ୍ରକ୍ରିୟାରେ ଜାଲି କାର୍ଡ ଧରିବା ପାଇଁ କାମ ଆରମ୍ଭ ହୋଇଛି । ଏହା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଚାଲିବ । ଏପର୍ଯ୍ୟନ୍ତ ପାଖାପାଖି ୪୪ ଲକ୍ଷ ୨୨ ହଜାର କାର୍ଡ ଯାଞ୍ଚ ସରିଛି । ଯେଉଁଥିରେ ଅନେକ ଜାଲ କାର୍ଡ ଧରା ପଡିଛି । ଏବେ ଯାଏଁ ୨୦ରୁ ୨୫ ପ୍ରତିଶତ ଜାଲ କାର୍ଡ ଧରା ପଡିଲାଣି । ସବୁ କାର୍ଡ ଯାଞ୍ଚ ହୋଇ ଜାଲ କାର୍ଡ ଧରିବା ପରେ ସେପ୍ଟେମ୍ୱର ମାସ ଶେଷ ସୁଦ୍ଧା ନୂଆ କାର୍ଡ ଦେବେ ରାଜ୍ୟ ସରକାର ।

୬ବର୍ଷ ଧରି ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ ଅପେକ୍ଷାରେ ଥିଲେ । କିନ୍ତୁ ରାସନକାର୍ଡ ପାଉନଥିଲେ । ହେଲେ, ସେମାନଙ୍କ ଭିତରେ ଏବେ ନୂଆ ଆଶା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe