ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ : ମହମ୍ମଦ ମୋକିମ୍

Advertisment

ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ ।  ଶକ୍ତି ପ୍ରଦର୍ଶନ କରିବେ ପୂର୍ବତନ କଟକ-ବାରବାଟୀର ପୂର୍ବତନ ବିଧାୟକ ।  ସାମିଲ ହୋଇପାରନ୍ତି ୩ ଦଳର ଯୁବ ଓ ଅସନ୍ତୁଷ୍ଟ ନେତା

ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ ।  ଶକ୍ତି ପ୍ରଦର୍ଶନ କରିବେ ପୂର୍ବତନ କଟକ-ବାରବାଟୀର ପୂର୍ବତନ ବିଧାୟକ ।  ସାମିଲ ହୋଇପାରନ୍ତି ୩ ଦଳର ଯୁବ ଓ ଅସନ୍ତୁଷ୍ଟ ନେତା

03

Photograph: (KANAKNEWS)

କନକବ୍ୟୁରୋ : ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ ।  ଶକ୍ତି ପ୍ରଦର୍ଶନ କରିବେ ପୂର୍ବତନ କଟକ-ବାରବାଟୀର ପୂର୍ବତନ ବିଧାୟକ ।  ସାମିଲ ହୋଇପାରନ୍ତି ୩ ଦଳର ଯୁବ ଓ ଅସନ୍ତୁଷ୍ଟ ନେତା । ବଦଳିପାରେ ଓଡ଼ିଶା ରାଜନୀତିର ପାଣିପାଗ ।  ମୋକିମଙ୍କ ରାଜନୈତିକ କ୍ୟାରିୟର ଆଜି ନୂଆ ମୋଡ ନେଇପାରେ ।  ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୋକିମ ।  

ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ରଚିବ ଇତିହାସ: ୨୦୨୬ର ପ୍ରଥମ ମିଶନ ସ୍ବରୂପ ଅନ୍ତରୀକ୍ଷକୁ ଯିବ ଉପଗ୍ରହ EOS-N1

ଭୁବନେଶ୍ବରରେ ହେବାକୁ ଥିବା ସମାବେଶରେ ୧୦୦୦ରୁ ଅଧିକ ଜିଲ୍ଲାୱାରୀ ଯୁବ ନେତୃତ୍ବଙ୍କୁ ଏକାଠି କରି ରାଜନୈତିକ ଭବିଷ୍ୟତର ନକ୍ସା ଆଙ୍କିବାକୁ ଯୋଜନା କରିଛନ୍ତି ମୋକିମ୍ ।  ମୋକିମ ନୂଆଦଳ ଘୋଷଣା କଲେ ଏହି ଦଳରେ ସାମିଲ ହେବେ ୩ ପ୍ରମୁଖ ଦଳର ଅସନ୍ତୁଷ୍ଟ ଯୁବନେତା । ଆଞ୍ଚଳିକ ଦଳର ଆବଶ୍ୟକତାକୁ ନେଇ ଭିତିର ସର୍ଭେ ପରେ ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଅଧିକ ଫୋକସ କରିଛନ୍ତି ମୋକିମ ଦଳ ଛାଡିବା ପରେ କଟକ କଂଗ୍ରେସ ସଙ୍ଗଠନର ସିଂହଭାଗ କର୍ମୀ ଏବେ ମୋକିମଙ୍କ ସାଥିରେ ରହିଛନ୍ତି ।  ଆଜି  ୧୨ ତାରିଖର ସମାବେଶ ଉପରେ ରହିଛି ଅନେକଙ୍କ ନଜର ।  ତେବେ ସେ ଜଣେ ରାଜ୍ୟସ୍ତରୀୟ ନେତା ହୋଇନଥିବା ହେତୁ ନୂଆ ରାଜନୈତିକ ଦଳ କେତେ ସଫଳ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।   ଏଣେ ଏହି ନୂଆ ଦଳର ନାମ ଏଯାବତ୍ ଘୋଷଣା କରାଯାଇନଥିଲେ ବି ‘ଲୋକ କଂଗ୍ରେସ’ ରଖାଯିବ ବୋଲି ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe