ଆରମ୍ଭ ହେଲା ନୂଆ ପିସିସି ଚୟନ ପ୍ରକ୍ରିୟା: ଅନୁଧ୍ୟାନ ପାଇଁ କଂଗ୍ରେସ ନେତା ଚରଣ ଦାସ ମହନ୍ତଙ୍କୁ ଦାୟିତ୍ୱ

ଦୀର୍ଘଦିନ ହେଲା ରାଜ୍ୟ କଂଗ୍ରେସ ସଭାପତି ପଦ ଖାଲି ପଡ଼ିଥିବା ବେଳେ ଏବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଲ ଇଣ୍ଡିଆ କଂଗ୍ରେସ ପକ୍ଷରୁ ଏନେଇ ରିପୋର୍ଟ ଦେବାକୁ ଚରଣ ଦାସ ମହନ୍ତଙ୍କୁ ଦାୟିତ୍ବ ଦିଆଯାଇଛି ।

pcc

କନକବ୍ୟୁରୋ: ଦୀର୍ଘଦିନ ହେଲା ରାଜ୍ୟ କଂଗ୍ରେସ ସଭାପତି ପଦ ଖାଲି ପଡ଼ିଥିବା ବେଳେ ଏବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଲ ଇଣ୍ଡିଆ କଂଗ୍ରେସ ପକ୍ଷରୁ ଏନେଇ ରିପୋର୍ଟ ଦେବାକୁ ଚରଣ ଦାସ ମହନ୍ତଙ୍କୁ ଦାୟିତ୍ବ ଦିଆଯାଇଛି ।

ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଚରଣ ଦାସ ମହନ୍ତଙ୍କୁ ଦାୟିତ୍ବ ଦେଇଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନେତୃତ୍ବ ଓ ସାଂଗଠିନକ ସ୍ଥିତି ନେଇ ସେ ଅନୁଧ୍ୟାନ କରିବେ, ଆଉ ଏହା ପରେ ଏକ ରିପୋର୍ଟ ଦେବେ ।

ଏହାପରେ କେନ୍ଦ୍ରୀୟ ନେତୃତ୍ବ ପିସିସି ମୁଖ୍ୟ ନେଇ ନିଷ୍ପତ୍ତି ନେଇପାରନ୍ତି । ଚରଣ ଦାସ ମହନ୍ତ ଏବେ ଛତିଶଗଡ଼ ବିରୋଧୀ ଦଳ ନେତା ଅଛନ୍ତି । ନିକଟରେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ଦିପାବଳୀ ପରେ ପିସିସି ମୁଖ୍ୟ ନିଯୁକ୍ତ ହୋଇପାରନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe