କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରରେ ପହଞ୍ଚିଲା ନୂଆ ଧାନ। ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି। ଗତ ବର୍ଷ ମଧ୍ୟ ସେ ମନ୍ଦିରକୁ ଧାନ ପ୍ରଦାନ କରିଥିଲେ। ମା’ଙ୍କ ମନ୍ଦିରକୁ ପ୍ରଦାନ କରାଯାଉଥିବା ଧାନ ସେ ସ୍ଵତନ୍ତ୍ର ଭାବେ ଚାଷ କରିଥାନ୍ତି। ଯେପରି କୌଣସି ଚଢ଼େଇ ସେହି ଧାନ ନ ଖାଇବେ ସେଥିପାଇଁ ସେ ସ୍ଵତନ୍ତ୍ର ବ୍ୟବସ୍ଥା କରିଥାନ୍ତି। ମନ୍ଦିରରେ ଧାନ ପହଞ୍ଚିବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି। ପରେ ଏହି ଧାନରୁ ପୂଜକମାନେ ନିଷ୍ଠାର ସହିତ ଚାଉଳ ସଂଗ୍ରହ କରିବା ସହିତ ସେଥିରୁ ନବାନ୍ନ ପ୍ରସ୍ତୁତ କରିବେ।
ନୂଆଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରରେ ପହଞ୍ଚିଲା ନୂଆ ଧାନ ; ଧାନ ପହଞ୍ଚିବା ପରେ ମନ୍ଦିରରେ ପୂଜାର୍ଚ୍ଚନା
Advertisment
Follow Us