ପରଦାକୁ ଆସିବ ନୂଆ ଓଡିଆ ସିନେମା ‘ବିନ୍ଦୁସାଗର’ : ପୁଣିଥରେ ପରଦାରେ କମାଲ କରିବେ ଦୀପନ୍ବିତ-ପ୍ରକୃତି ଯୋଡ଼ି

Advertisment

ଦମନ’, ‘ପ୍ରତୀକ୍ଷା’, ‘କୁହୁଡ଼ି’ ଓ ‘ଶାନ୍ତି ଆପାର୍ଟମେଣ୍ଟ’ ଆଦି ସିନେମାରେ ପ୍ରଭାବଶାଳୀ ଅଭିନୟ  କରିଥିବା ଦୀପନ୍ବିତ ଦାସମହାପାତ୍ରଙ୍କ ବିପକ୍ଷରେ ପୁଣି ଥରେ ନଜର ଆସିବେ ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ପ୍ରକୃତି ମିଶ୍ର

ଦମନ’, ‘ପ୍ରତୀକ୍ଷା’, ‘କୁହୁଡ଼ି’ ଓ ‘ଶାନ୍ତି ଆପାର୍ଟମେଣ୍ଟ’ ଆଦି ସିନେମାରେ ପ୍ରଭାବଶାଳୀ ଅଭିନୟ  କରିଥିବା ଦୀପନ୍ବିତ ଦାସମହାପାତ୍ରଙ୍କ ବିପକ୍ଷରେ ପୁଣି ଥରେ ନଜର ଆସିବେ ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ପ୍ରକୃତି ମିଶ୍ର

prakurti

Photograph: (kanaknews)

କନକବ୍ୟୁରୋ : ଦମନ’, ‘ପ୍ରତୀକ୍ଷା’, ‘କୁହୁଡ଼ି’ ଓ ‘ଶାନ୍ତି ଆପାର୍ଟମେଣ୍ଟ’ ଆଦି ସିନେମାରେ ପ୍ରଭାବଶାଳୀ ଅଭିନୟ  କରିଥିବା ଦୀପନ୍ବିତ ଦାସମହାପାତ୍ରଙ୍କ ବିପକ୍ଷରେ ପୁଣି ଥରେ ନଜର ଆସିବେ ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ପ୍ରକୃତି ମିଶ୍ର  ।  ନୂଆ ଓଡ଼ିଆ ସିନେମା ‘ବିନ୍ଦୁସାଗର’ରେ ଏହି ଯୋଡ଼ିକୁ ଦର୍ଶକ ପୁଣି ଥରେ ଦେଖିବାକୁ ପାଇବେ । ‘ଯାଯାବର ୨.୦’ ଫେମ୍ ଅଭିଷେକ ସ୍ବାଇଁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଶିଳାଦିତ୍ୟ ବୋରା ପ୍ରଯୋଜନା କରିଛନ୍ତି  । ଏହା ତାଙ୍କର ପ୍ରଥମ ଓଡ଼ିଆ ଛବି ।

ଏହି କମେଡି ଫ୍ୟାମିଲି ଡ୍ରାମାରେ ଅନ୍ୟମାନଙ୍କ ମଧ୍ୟରେ ରବିନ ଦାସ ଓ ସତ୍ୟରଂଜନ  ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ  ।    ଅଭିଷେକ ଦାଶ ଏହାର କାହାଣୀକାର ଓ ‘କର୍ମ’ ଫେମ୍ ଦୀପକ କୁମାର ଏହାର ସିନେମାଟୋଗ୍ରାଫର୍ । ଦୀପନ୍ବିତ-ପ୍ରକୃତି ଯୋଡ଼ିକୁ ଦର୍ଶକ    ପ୍ରଥମ ଥର ଲାଗି ହିମାଦ୍ରି ତନୟ ଦାସଙ୍କ ପ୍ରଯୋଜିତ ତଥା ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ‘କୁହୁଡ଼ି’ରେ ଦେଖିବାକୁ ପାଇଥିଲେ । ଏଥିରେ ଦୀପନ୍ବିତ ଓ ପ୍ରକୃତି ପତି ପତ୍ନୀ ଭୂମିକାରେ ଥିଲେ   । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe