କନକବ୍ୟୁରୋ : ଦମନ’, ‘ପ୍ରତୀକ୍ଷା’, ‘କୁହୁଡ଼ି’ ଓ ‘ଶାନ୍ତି ଆପାର୍ଟମେଣ୍ଟ’ ଆଦି ସିନେମାରେ ପ୍ରଭାବଶାଳୀ ଅଭିନୟ କରିଥିବା ଦୀପନ୍ବିତ ଦାସମହାପାତ୍ରଙ୍କ ବିପକ୍ଷରେ ପୁଣି ଥରେ ନଜର ଆସିବେ ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ପ୍ରକୃତି ମିଶ୍ର । ନୂଆ ଓଡ଼ିଆ ସିନେମା ‘ବିନ୍ଦୁସାଗର’ରେ ଏହି ଯୋଡ଼ିକୁ ଦର୍ଶକ ପୁଣି ଥରେ ଦେଖିବାକୁ ପାଇବେ । ‘ଯାଯାବର ୨.୦’ ଫେମ୍ ଅଭିଷେକ ସ୍ବାଇଁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଶିଳାଦିତ୍ୟ ବୋରା ପ୍ରଯୋଜନା କରିଛନ୍ତି । ଏହା ତାଙ୍କର ପ୍ରଥମ ଓଡ଼ିଆ ଛବି ।
ଏହି କମେଡି ଫ୍ୟାମିଲି ଡ୍ରାମାରେ ଅନ୍ୟମାନଙ୍କ ମଧ୍ୟରେ ରବିନ ଦାସ ଓ ସତ୍ୟରଂଜନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଅଭିଷେକ ଦାଶ ଏହାର କାହାଣୀକାର ଓ ‘କର୍ମ’ ଫେମ୍ ଦୀପକ କୁମାର ଏହାର ସିନେମାଟୋଗ୍ରାଫର୍ । ଦୀପନ୍ବିତ-ପ୍ରକୃତି ଯୋଡ଼ିକୁ ଦର୍ଶକ ପ୍ରଥମ ଥର ଲାଗି ହିମାଦ୍ରି ତନୟ ଦାସଙ୍କ ପ୍ରଯୋଜିତ ତଥା ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ‘କୁହୁଡ଼ି’ରେ ଦେଖିବାକୁ ପାଇଥିଲେ । ଏଥିରେ ଦୀପନ୍ବିତ ଓ ପ୍ରକୃତି ପତି ପତ୍ନୀ ଭୂମିକାରେ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/23/prakurti-2025-08-23-08-51-07.jpg)