କବଜାରେ ନଈ ପଠା ; ଜୋରଜବରଦସ୍ତି ଉଠାଇ ନେଉଛନ୍ତି ମାଟି

 ଜବରଦଖଲକାରୀଙ୍କ କବ୍‌ଜାରେ ପୁରୀ-କୋଣାର୍କ ରାସ୍ତାର ନୂଆନଈ ପଠା। ବେଆଇନ ଭାବେ ମାଟି ଉଠାଇ କେନାଲ ପୋତିବାକୁ ଉଦ୍ୟମ। ଘଟଣାସ୍ଥଳରୁ ନମ୍ବର ବିହୀନ ଟ୍ରାକ୍ଟର ଜବତ କରି ତଦନ୍ତ କରୁଛି ମେରାଇନ ଥାନା ପୁଲିସ।

river bank,puri

river bank,puri Photograph: (KanakNews)

କନକ ବ୍ୟୁରୋ: ପୁରୀ ନୂଆ ନଈର ପଠାକୁ ଖୋଳି ବୁହା ହେଉଛି ଶହଶହ ଟ୍ରିପ୍ ମାଟି । ମାଟି ଟ୍ରାକ୍ଟର ଯିବା ପାଇଁ ନଦୀ ପଠାକୁ ସ୍ବତନ୍ତ୍ର ରାସ୍ତା କରାଯାଇଛି। ସେହି ରାସ୍ତା ଦେଇ ନଦୀ ଆରପଟେ କେନାଲକୁ ପୋତିବା ପାଇଁ ଉଦ୍ୟମ ହେଉଛି। ୭ଟି ଟ୍ରାକ୍ଟର ମାଟି ବୁହା କାମରେ ଲାଗିଛି, ସେଥିରୁ ୬ଟି ନମ୍ବର ବିହିନୀ। କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି କରୁଥିବା ବେଲଦଳ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଳସେଚନ ବିଭାଗ ଜାଣତରେ ମାଟି ଉଠୁଛି। ଏହା ପଛରେ କିଛି ଅସାଧୁ ଅଧିକାରୀ ଥିବା ଆଭିଯୋଗ ହୋଇଛି।

ନଦୀ ପଠାରୁ ମାଟି ଉଠାଇବା ବେଆଇନ୍‌, ନଦୀ ପଠାରେ ୧୫ଏକର ଜମି ଏକ ସଂସ୍ଥା ନାମରେ ସ୍ଥିତିବାନ କରିବା ମଧ୍ୟ ବେଆଇନ ବୋଲି ଅଭିଯୋଗ ହେଉଛି । ଅଭିଯୋଗ ପରେ ଗୋପ ତହସିଲ ଅନ୍ତର୍ଗତ ଅଞ୍ଚଳରେ ଖଣି ଆଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ମେରାଇନ ଥାନା ପୁଲିସ ସମସ୍ତ ନମ୍ବର ନଥିବା ଟ୍ରାକ୍ଟରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
 

ନଦୀ ପଠାରେ ଏକର ଏକର ଜମିର କିସମ ପରିବର୍ତ୍ତନ କରି ସ୍ଥିତିବାନ କରାଯିବା ବେଆଇନ। କିନ୍ତୁ ନୂଆ ନଦୀ ପଠା କେମିତି ସ୍ଥିତିବାନ ହେଲା ବୋଲି ଅଭିଯୋଗ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe