କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟରେ ନୂଆ ୨୦ ଏନଏସି । ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରାନ୍ୱିତ ହେଲା ପ୍ରକ୍ରିୟା । ୨୦ ଏନଏସି ପାଇଁ ଜିଲ୍ଲାରୁ ଆସିଲା ରିପୋର୍ଟ । ଗୃହ ଓ ନଗର ଉନ୍ନୟନ ବିଭାଗ ରିପୋର୍ଟ ପାଇବା ପରେ ତର୍ଜମା ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇଛି । ପଞ୍ଚାୟତିରାଜ ବିଭାଗ ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ରାଜ୍ୟରେ ଗଠନ ହେବ ନୂଆ ୨୦ ଏନଏସି । ପୂର୍ବରୁ ନୂଆ ଏନଏସି ପାଇଁ ନିର୍ଦ୍ଧାରିତ ଫର୍ମ ପୂରଣ କରି ପଠାଇବାକୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲା ଗୃହ ଓ ନଗର ଉନ୍ନୟନ ବିଭାଗ । ବର୍ତ୍ତମାନ ସୁଦ୍ଧା ୨୦ ଏନଏସି ପାଇଁ ରିପୋର୍ଟ ପହଞ୍ଚିଥିବା ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ବର୍ତ୍ତମାନ ୧୭ ପ୍ରତିଶତ ସହରାଞ୍ଚଳ ରହିଛି । ଏହାକୁ ୩୦ ପ୍ରତିଶତ ବୃଦ୍ଧି ପାଇଁ ଯୋଜନା ରଖିଛନ୍ତି ମୋହନ ସରକାର । ସେହି ଅନୁସାରେ ନୂଆ ଏନଏସି, ମୁନସିପାଲଟି ଗଠନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ତ୍ୱରାନ୍ୱିତ ହେଲା ନୂଆ ଏନଏସି ପ୍ରକିୟା । ୨୦ ଏନଏସି ପାଇଁ ଜିଲ୍ଲାରୁ ଆସିଲା ରିପୋର୍ଟ
ପଞ୍ଚାୟତିରାଜ ବିଭାଗ ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ରାଜ୍ୟରେ ଗଠନ ହେବ ନୂଆ ୨୦ ଏନଏସି ।
/kanak/media/media_files/2025/04/24/ohN2fou3o5Gl3xdmgtdp.jpg)