ଜୁଲାଇ ପୂର୍ବରୁ ସରିବ ନୂଆ ଏନ୍‌ଏସି ନିର୍ବାଚନ ! ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ନିର୍ବାଚନ କମିସନ

Advertisment

ରାଜ୍ୟ ନିର୍ବାଚନ କମିସନ ଏ ବାବଦରେ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଏପଟେ ଦୀର୍ଘ ଦିନ ହେବ ଜନପ୍ରତିନିଧି ଶୂନ୍ୟ ହୋଇପଡ଼ିଛି ରାଜ୍ୟର ୧୪୮ଟି ପଞ୍ଚାୟତ । ବିକାଶର ଚାବିକାଠି ରହିଛି ଅଧିକାରୀଙ୍କ ହାତରେ ।

ରାଜ୍ୟ ନିର୍ବାଚନ କମିସନ ଏ ବାବଦରେ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଏପଟେ ଦୀର୍ଘ ଦିନ ହେବ ଜନପ୍ରତିନିଧି ଶୂନ୍ୟ ହୋଇପଡ଼ିଛି ରାଜ୍ୟର ୧୪୮ଟି ପଞ୍ଚାୟତ । ବିକାଶର ଚାବିକାଠି ରହିଛି ଅଧିକାରୀଙ୍କ ହାତରେ ।

NAC ELECTION

NAC ELECTION Photograph: (KANAK NEWS)

କନକ ବ୍ୟୁରୋ : ରାଜ୍ୟରେ ନୂଆ କରି ଗଠିତ ହୋଇଥିବା ଏନଏସି ଓ ମ୍ୟୁନିସିପାଲଟିରେ ଜୁନ୍ ୨୦ ତାରିଖ ପୂର୍ବରୁ ସରିବ ନିର୍ବାଚନ । ରାଜ୍ୟ ନିର୍ବାଚନ କମିସନ ଏ ବାବଦରେ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଏପଟେ ଦୀର୍ଘ ଦିନ ହେବ ଜନପ୍ରତିନିଧି ଶୂନ୍ୟ ହୋଇପଡ଼ିଛି ରାଜ୍ୟର ୧୪୮ଟି ପଞ୍ଚାୟତ । ବିକାଶର ଚାବିକାଠି ରହିଛି ଅଧିକାରୀଙ୍କ ହାତରେ । ଫଳରେ ପଞ୍ଚାୟତ ଗୁଡିକର ବିକାଶମୂଳକ କାର୍ଯ୍ୟ ବାଟବଣା ହୋଇଯାଇଛି । 

ରାଜ୍ୟରେ ନୂଆ କରି ଗଠନ ହୋଇଥିବା ମହାନଗର ନିଗମ, ପୌର ପରିଷଦ ଓ ଏନ୍‌ଏସି ପାଇଁ ହେବ ନିର୍ବାଚନ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ଗତ ୨୨ ଡିସେମ୍ବରରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିଥିଲେ ସରକାର । ନିୟମ ଅନୁସାରେ, ବିଜ୍ଞପ୍ତି ପ୍ରକାଶର ୬ ମାସ ଅର୍ଥାତ୍ ଜୁନ୍ ୨୦ ତାରିଖ ସୁଦ୍ଧା ନିର୍ବାଚନ ସରିବ । ଜାନୁଆରି ୧୫ ତାରିଖରେ ଉକ୍ତ ଅଞ୍ଚଳ ଗୁଡିକରେ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ କରିବାକୁ ନଗର ଉନ୍ନୟନ ବିଭାଗକୁ ଅବଗତ କରିଥିଲେ ନିର୍ବାଚନ କମିସନ । ସରକାର ଏ ଦିଗରେ ପଦକ୍ଷେପ ନେଲେ, ଜୁନ୍ ୨୦ରେ ୩୬ ନୂଆ ସହର ଦେଖିବ ଲୋକପ୍ରତିନିଧି । 

ଅଧିକ ପଢ଼ନ୍ତୁ---ବେଲଘର ହାତୀ ମୃତ୍ୟୁ ମାମଲାର ନୂଆମୋଡ଼ ; ବନ ବିଭାଗ ଓ ବିଦ୍ୟୁତ ବିଭାଗ ଦୋଷ ଲଦାଲଦି

ଗୋଟେ ପଟେ ନୂଆ ପୌରସଂସ୍ଥାରେ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ ଶତାଧିକ ପଞ୍ଚାୟତ ବିନା ଜନପ୍ରତିନିଧିରେ ଚାଲିଛି । ଜନପ୍ରତିନିଧି ଶୂନ୍ୟ ୧୪୮ ପଞ୍ଚାୟତ। ଅଧିକାରୀଙ୍କ ହାତରେ ପଞ୍ଚାୟତ ଥିବାରୁ ନାହିଁ ନଥିବା ହଇରାଣ ହେଉଛନ୍ତି ସାଧାରଣ ଲୋକେ । ବିକାଶମୂଳକ କାର୍ଯ୍ୟ ବି ବାଟବଣା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଚାର କରୁଛନ୍ତି ବୋଲି କହିଛନ୍ତି ସଚିବ । ତେବେ ବିଶେଷଜ୍ଞଙ୍କ ମତରେ, ପଞ୍ଚାୟତ ଆସନ ଖାଲି ହେବାର ୬ମାସ ଭିତରେ ଭୋଟ୍ ହେବା କଥା । ତେବେ କାହିଁକି ଭୋଟ୍ ହେଉନାହିଁ ? ସ୍ଥାନୀୟ ଜନପ୍ରତିନିଧି କିମ୍ବା କୌଣସି ରାଜନୈତିକ ଦଳ କାହିଁକି ଚୁପ୍ ରହିଛନ୍ତି ? ବୋଲି ପ୍ରଶ୍ନ ଉଠାଇଛନ୍ତି । ପୂର୍ଣ୍ଣାଙ୍ଗ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ଆଉ ତା’ ପୂର୍ବରୁ ନୂଆ ଏନ୍‌ଏସି, ପୌର ଏବଂ ପଞ୍ଚାୟତ ଉପନିର୍ବାଚନ କରିବା କାଠିକର ପାଠ ହୋଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe