କନକ ବ୍ୟୁରୋ : ରାଜ୍ୟରେ ନୂଆ କରି ଗଠିତ ହୋଇଥିବା ଏନଏସି ଓ ମ୍ୟୁନିସିପାଲଟିରେ ଜୁନ୍ ୨୦ ତାରିଖ ପୂର୍ବରୁ ସରିବ ନିର୍ବାଚନ । ରାଜ୍ୟ ନିର୍ବାଚନ କମିସନ ଏ ବାବଦରେ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଏପଟେ ଦୀର୍ଘ ଦିନ ହେବ ଜନପ୍ରତିନିଧି ଶୂନ୍ୟ ହୋଇପଡ଼ିଛି ରାଜ୍ୟର ୧୪୮ଟି ପଞ୍ଚାୟତ । ବିକାଶର ଚାବିକାଠି ରହିଛି ଅଧିକାରୀଙ୍କ ହାତରେ । ଫଳରେ ପଞ୍ଚାୟତ ଗୁଡିକର ବିକାଶମୂଳକ କାର୍ଯ୍ୟ ବାଟବଣା ହୋଇଯାଇଛି ।
ରାଜ୍ୟରେ ନୂଆ କରି ଗଠନ ହୋଇଥିବା ମହାନଗର ନିଗମ, ପୌର ପରିଷଦ ଓ ଏନ୍ଏସି ପାଇଁ ହେବ ନିର୍ବାଚନ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ଗତ ୨୨ ଡିସେମ୍ବରରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିଥିଲେ ସରକାର । ନିୟମ ଅନୁସାରେ, ବିଜ୍ଞପ୍ତି ପ୍ରକାଶର ୬ ମାସ ଅର୍ଥାତ୍ ଜୁନ୍ ୨୦ ତାରିଖ ସୁଦ୍ଧା ନିର୍ବାଚନ ସରିବ । ଜାନୁଆରି ୧୫ ତାରିଖରେ ଉକ୍ତ ଅଞ୍ଚଳ ଗୁଡିକରେ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ କରିବାକୁ ନଗର ଉନ୍ନୟନ ବିଭାଗକୁ ଅବଗତ କରିଥିଲେ ନିର୍ବାଚନ କମିସନ । ସରକାର ଏ ଦିଗରେ ପଦକ୍ଷେପ ନେଲେ, ଜୁନ୍ ୨୦ରେ ୩୬ ନୂଆ ସହର ଦେଖିବ ଲୋକପ୍ରତିନିଧି ।
ଅଧିକ ପଢ଼ନ୍ତୁ---ବେଲଘର ହାତୀ ମୃତ୍ୟୁ ମାମଲାର ନୂଆମୋଡ଼ ; ବନ ବିଭାଗ ଓ ବିଦ୍ୟୁତ ବିଭାଗ ଦୋଷ ଲଦାଲଦି
ଗୋଟେ ପଟେ ନୂଆ ପୌରସଂସ୍ଥାରେ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ ଶତାଧିକ ପଞ୍ଚାୟତ ବିନା ଜନପ୍ରତିନିଧିରେ ଚାଲିଛି । ଜନପ୍ରତିନିଧି ଶୂନ୍ୟ ୧୪୮ ପଞ୍ଚାୟତ। ଅଧିକାରୀଙ୍କ ହାତରେ ପଞ୍ଚାୟତ ଥିବାରୁ ନାହିଁ ନଥିବା ହଇରାଣ ହେଉଛନ୍ତି ସାଧାରଣ ଲୋକେ । ବିକାଶମୂଳକ କାର୍ଯ୍ୟ ବି ବାଟବଣା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଚାର କରୁଛନ୍ତି ବୋଲି କହିଛନ୍ତି ସଚିବ । ତେବେ ବିଶେଷଜ୍ଞଙ୍କ ମତରେ, ପଞ୍ଚାୟତ ଆସନ ଖାଲି ହେବାର ୬ମାସ ଭିତରେ ଭୋଟ୍ ହେବା କଥା । ତେବେ କାହିଁକି ଭୋଟ୍ ହେଉନାହିଁ ? ସ୍ଥାନୀୟ ଜନପ୍ରତିନିଧି କିମ୍ବା କୌଣସି ରାଜନୈତିକ ଦଳ କାହିଁକି ଚୁପ୍ ରହିଛନ୍ତି ? ବୋଲି ପ୍ରଶ୍ନ ଉଠାଇଛନ୍ତି । ପୂର୍ଣ୍ଣାଙ୍ଗ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ଆଉ ତା’ ପୂର୍ବରୁ ନୂଆ ଏନ୍ଏସି, ପୌର ଏବଂ ପଞ୍ଚାୟତ ଉପନିର୍ବାଚନ କରିବା କାଠିକର ପାଠ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/nac-election-2026-01-27-19-28-07.jpg)