କନକ ବ୍ୟୁରୋ: ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ, ପଞ୍ଚାୟତ ଓ ଜିଲ୍ଲା ଗଠନ । ଜନ ଗଣନା ଆରମ୍ଭରୁ ସରିବା ଯାଏଁ ଏ ପ୍ରକ୍ରିୟାରେ ଲାଗିବ ରୋକ । ଜୁଲାଇରେ ହେବ ଜନଗଣନା । ଏହା ପୂର୍ବରୁ ପଡା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡିକୁ ମଞ୍ଜୁର କରିବାକୁ ସରକାର ଚେଷ୍ଟା ଚଳାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗାଁ ପାଇଁ ହୋଇଥିବା ୧୦୦୦ ଆବେଦନରୁ ୩୦୦ ରାଜସ୍ୱ ଗାଁ ହୋଇ ସାରିଲେଣି । ମୋଡାଲିଟି ଅନୁସାରେ ଯେଉଁ ପଡା ଗାଁରେ ୨୫୦ ଲୋକ ଥିବେ ଓ ତାହା ମୂଳ ଗାଁରୁ ୫୦୦ ମିଟର ଦୂରରେ ଥିବ, ତାକୁ ହିଁ ରାଜସ୍ୱ ଗାଁ ମାନ୍ୟତା ମିଳିବ । ଅନେକ ଘଇଉ ଓ ମ୍ୟୁନିସିପାଲିଟି ପାଇଁ ବି ପ୍ରସ୍ତାବ ରହିଛି ନଗର ଉନ୍ନୟନ ବିଭାଗ ପାଖରେ । ହେଲେ ଥରେ ଜନଗଣନା ଆରମ୍ଭ ହୋଇଗଲେ, ଏ ସବୁ ପ୍ରସ୍ତାବ କାର୍ୟ୍ୟକାରୀ ହୋଇ ପାରିବ ନାହିଁ । ତେଣୁ ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ନେଇ ଆମ ସକାରାତ୍ମକ ରହିଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।