କନକ ବ୍ୟୁରୋ : ନୂଆ ଜିଏସ୍ଟି ପୂର୍ବରୁ ନୂଆ ଏମ୍ଆରପି । ଜିଏସ୍ଟି ସ୍ଲାବ୍ରେ ପରିବର୍ତ୍ତନ କରିବା ପରେ ପୂର୍ବରୁ କ୍ରୟ କିମ୍ବା ପ୍ୟାକିଂ ହୋଇସାରିଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓଜନ ବିତରଣ ବିଭାଗ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଛି । ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଜାରି କରିବା ପାଇଁ କୁହାଯାଇଛି । ଚିଠିରେ କୁହାଯାଇଛି ଯେ ଜିଏସ୍ଟି ସଂଶୋଧନ ହେବା ପୂର୍ବରୁ ଗଚ୍ଛିତ ଥିବା ସାମଗ୍ରୀ ଉପରେ ନୂଆ ଦର ବା ଏମ୍ଆରପି ଲେଖା ହେବା ଜରୁରୀ । ହ୍ରାସ ପାଇଥିବା ଜିଏସ୍ଟି ଅନୁସାରେ ନୂଆ ଏମ୍ଆରପି ଲାଗୁ ଆବଶ୍ୟକ । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏ ନିର୍ଦ୍ଦେଶନାମା ଲାଗୁ ହେବ । ପୁରୁଣା ମୂଲ୍ୟକୁ ନ ଲିଭାଇ ତାହା ନିକଟରେ ନୂଆ ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ । ମୂଲ୍ୟ ସଂଶୋଧନ ସମ୍ପର୍କରେ ଉତ୍ପାଦକ, ପ୍ୟାକର୍, ଆମଦାନୀକାରୀ ଖବର କାଗଜରେ ବିଜ୍ଞାପନ ସମ୍ବନ୍ଧରେ ଜଣାଇବା ସହ ନିଜର ଡିଲର ଏବଂ ସ୍ଥାନୀୟ ମାପ ଓଜନ ବିଭାଗକୁ ନୋଟିସ ମାଧ୍ୟମରେ ଜଣାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ନୂଆ ଏମ୍ଆରପିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ । କୃଷ୍ଣ ପାତ୍ର କହିଛନ୍ତି, ଜିଏସଟି ସବୁ ଜିନିଷ ଉପରେ କମିଛି । ଅନେକ ଜିନିଷ ଯେପରି କିଛି ଔଷଧ ଉପରେ ଶୂନ କରି ଦିଆଯାଇଛି । ସାଧାରଣ ଲୋକେ ଏଥିରେ ଉପକୃତ ହେବେ ।
ନୂଆ ଜିଏସଟି ପୂର୍ବରୁ ନୂଆ MRP : ଓଡ଼ିଶା ସମେତ ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ
ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଜାରି କରିବା ପାଇଁ କୁହାଯାଇଛି । ଚିଠିରେ କୁହାଯାଇଛି ଯେ ଜିଏସ୍ଟି ସଂଶୋଧନ ହେବା ପୂର୍ବରୁ ଗଚ୍ଛିତ ଥିବା ସାମଗ୍ରୀ ଉପରେ ନୂଆ ଦର ବା ଏମ୍ଆରପି ଲେଖା ହେବା ଜରୁରୀ ।
/kanak/media/media_files/2025/09/14/gst-2025-09-14-13-22-00.jpg)