ନୂଆ ବିଧାୟକଙ୍କୁ ନିଜ ନିଜ ଅଞ୍ଚଳରେ ମିଳିବ ଅଫିସ, ନିର୍ଦ୍ଦେଶ ଦେଲେ ବାଚସ୍ପତି

Advertisment

ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଦିଲ୍ଲୀରେ ସରକାର ଗଠନ କରିବାକୁ ସକ୍ଷମ ହୋଇଛି ବିଜେପି । ଏହାପରେ ଅନେକ ନୂଆ ଯୋଜନା ଘୋଷଣା କରିବା ସହ ନୂଆ ବିଧାୟକଙ୍କୁ ଅନେକ ସୁବିଧା ଯୋଗାଇ ଦେବାକୁ ପ୍ରୟାସ କରିଛି । ବିଧାୟକଙ୍କୁ ନିଜ ନିଜ ଅଞ୍ଚଳରେ ଅଫିସ ଯୋଗାଇ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି । 

ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଦିଲ୍ଲୀରେ ସରକାର ଗଠନ କରିବାକୁ ସକ୍ଷମ ହୋଇଛି ବିଜେପି । ଏହାପରେ ଅନେକ ନୂଆ ଯୋଜନା ଘୋଷଣା କରିବା ସହ ନୂଆ ବିଧାୟକଙ୍କୁ ଅନେକ ସୁବିଧା ଯୋଗାଇ ଦେବାକୁ ପ୍ରୟାସ କରିଛି । ବିଧାୟକଙ୍କୁ ନିଜ ନିଜ ଅଞ୍ଚଳରେ ଅଫିସ ଯୋଗାଇ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି । 

Brijendra

କନକ ବ୍ୟୁରୋ: ନବନିର୍ବାଚିତ ବିଧାୟକଙ୍କୁ ସୁବିଧା ଯୋଗାଇ ଦେବାକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା । ନିଜ ନିଜ ବିଧାନସଭା କ୍ଷେତ୍ରରେ ବିଧାୟକଙ୍କୁ କ୍ୱାର୍ଟର ବା ଅଫିସ ଯୋଗାଇ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ବିଧାୟକମାନେ ନିଜ ନିଜ ଅଞ୍ଚଳର ଲୋକଙ୍କ ସମସ୍ୟାର ସମାଧାନ କରି ପାରିବେ । ବାଚସ୍ପତ୍ତିଙ୍କ ମୁତାବକ ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନ ହୋଇ କରିପାରିବେ ନେତାଏ । 

୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପ୍ରୋଟୋକଲ ଅନୁଯାୟୀ, ପୂର୍ବ ବିଧାୟକମାନଙ୍କୁ ଦିଆଯାଇଥିବା ଅଫିସଗୁଡ଼ିକୁ ଖାଲି କରାଇ ଦିଆଯାଇଥିଲା । ବର୍ତ୍ତମାନ, ନୂତନ ବିଧାୟକମାନଙ୍କ ଶପଥ ଗ୍ରହଣ ପରେ, ସେମାନଙ୍କର ବିଧାନସଭା କ୍ଷେତ୍ରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ନୂତନ ଅଫିସ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । 
ବିଧାୟକମାନଙ୍କ ଆବଶ୍ୟକତା ଏବଂ ଅନୁରୋଧକୁ ଧ୍ୟାନରେ ରଖି ଅଫିସ୍ ଆବଣ୍ଟନ ପ୍ରକ୍ରିୟା ଶୀଘ୍ର ସମାପ୍ତ କରିବାକୁ ସେକ୍ରେଟାରିଏଟ୍‌ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଲକ୍ଷ୍ୟ ହେଉଛି ନବ ନିର୍ବାଚିତ ବିଧାୟକମାନେ ଯେଭଳି ବିନା କୌଣସି ବାଧାରେ ସେମାନଙ୍କ ଅଞ୍ଚଳର ଲୋକଙ୍କ ସମସ୍ୟା ଶୁଣିପାରିବେ ଏବଂ ଏହାର ସମାଧାନ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେଇପାରିବେ । 

ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା କହିଛନ୍ତି, 'ଜନସାଧାରଣଙ୍କ ପ୍ରଭାବଶାଳୀ ସେବା ପାଇଁ ଆମର ନିର୍ବାଚିତ ପ୍ରତିନିଧିମାନଙ୍କୁ ସମସ୍ତ ଆବଶ୍ୟକୀୟ ସମ୍ବଳ ଯୋଗାଇବା ଆମର ପ୍ରାଥମିକତା ।' ବିଧାୟକ ଏବଂ ଜନସାଧାରଣଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ପାଇଁ ବିଧାନସଭା ନିର୍ବାଚନମଣ୍ଡଳୀ କାର୍ୟ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ତେଣୁ, ବିଧାୟକମାନଙ୍କୁ ସଠିକ ସମୟରେ ଅଫିସ ଉପଲବ୍ଧ କରାଇବା ପାଇଁ ଆମେ ଆବଶ୍ୟକୀୟ ପଦକ୍ଷେପ ନେଇଛୁ ।' 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe