କନକ ବ୍ୟୁରୋ: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନଭୋଜନ ଖର୍ଚ୍ଚକୁ ବଢାଯାଇଛି ।  ଏହି ଘୋଷଣା ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ  ୬ ଟଙ୍କା ୯୦ ପଇସା ବଦଳରେ ୭ ଟଙ୍କା ୬୪ ପଇସା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ୯ ଟଙ୍କା ୮୨ ପଇସା ସ୍ଥାନରେ ୧୦ଟଙ୍କା ୯୪ ପଇସା ଖର୍ଚ୍ଚ ହେବ ଶିଶୁ ଦିବସ ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟାହ୍ନ ଭୋଜନରେ ଆଉ ଏକ ଟଙ୍କା ବଢାଇବାକୁ ଘୋଷଣା କରିଥିଲେ ।  ଏହା ଲାଗୁ ହୋଇସାରିଛି । ଆଉ ଏବେ ପୁଣି କେନ୍ଦ୍ର ସରକାର ଏହି ଖର୍ଚ୍ଚକୁ ବଢାଇ ଆସନ୍ତାକାଲିଠାରୁ ସ୍କୁଲ ଗୁଡିକରେ ଲାଗୁ କରିବାକୁ ପିଏମ ପୋଷଣର ନୋଡାଲ ଅଫିସର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । 

Advertisment

ରାଜ୍ୟର ପ୍ରାୟ ୫୦ ହଜାର ସରକାରୀ ସ୍କୁଲରେ ୪୫ ଲକ୍ଷ ପିଲାଙ୍କୁ ଦିଆଯାଉଛି ମଧ୍ୟାହ୍ନ ଭୋଜନ ସପ୍ତାହରେ ୨ଦିନ ଡାଲମା, ୨ଦିନ ସୋୟାବଡ଼ି ଓ ୨ ଦିନ ଗୋଟିଏ ଲେଖାଏଁ ଅଣ୍ଡା ଦିଆଯାଉଛି   । ବଢୁଥିବା ଦରଦାମକୁ ଆଖି ଆଗରେ ରଖି ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପର୍ୟ୍ୟାପ୍ତ ହେଉନାହିଁ । ତେଣୁ ଏହାକୁ ବଢାଯାଇ ପିଲା ପିଚ୍ଛା ୨୦ ଟଙ୍କା କରିବାକୁ ଅଭିଭାବକ ସଂଘ ଦାବି କରିଛି ।

ସ୍କୁଲରେ ଉପସ୍ଥାନ ବଢ଼ଇବା ସହ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ହେଲେ ସରକାର ଯେଉଁ ଅନୁଦାନ ଦେଉଛନ୍ତି ଦରଦାମ ବୃଦ୍ଧି ଯୋଗୁଁ ତାହା ପର୍ୟ୍ୟାପ୍ତ ହେଉନଥିବା ଅଭିଯୋଗ ହେଉଛି ।