Photograph: (KANAKNEWS)
କନକବ୍ୟୁରୋ : ବାଲେଶ୍ବର ଜିଲ୍ଲା ନୀଳଗିରିରେ ଖଣି ବିଭାଗ ଓ ପୋଲିସର ମିଳିତ ଚଢ଼ଉ । ସୋନ ନଦୀରୁ ବାଲି ଚୋରା ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ଖଣି ଅଧିକାରୀ ଚଢ଼ଉ କରିଛନ୍ତି । ପାଣି ଭିତରେ ପହଁରି ପହଁରି ମାଫିଆଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ଖଣି ଅଧିକାରୀ । ହେଲେ ବାଲି ମାଫିଆ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। ୩ଟି ଭେଳା ଜବତ ହୋଇଛି । ନଦୀରେ ପ୍ଲାଷ୍ଟିକ ଡ୍ରମ୍ରେ ଭେଳା ବାନ୍ଧି ବେଆଇନ ଭାବେ ବାଲି ଚୋରା ଚାଲଣ କରୁଥିଲେ ମାଫିଆ । ଖବର ପାଇ ପୋଲିସ ଓ ଖଣି ଅଧିକାରୀ ମିଳିତ ଚଢ଼ଉ କରିଛନ୍ତି ।
Follow Us