କନକ ବ୍ୟୁରୋ: ମଦ ମୃତ୍ୟୁକୁ ନେଇ ସାରାରାଜ୍ୟ ଉଠୁଛି ପଡୁଛି। ଏତିକିବେଳେ ଆସିବାକୁ ଯାଉଛି ରାଜ୍ୟ ସରକାରଙ୍କ ନୂଆ ମଦ ନୀତି। ତେବେ ଏହି ନୂଆ ମଦ ନୀତିରେ ମୋହନ ସରକାର ଚୋରା ମଦ କାରବାର ରୋକିବାକୁ କଣ ପଦକ୍ଷେପ ନେଉଛନ୍ତି, ସେ ନେଇ ବଡ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।

Advertisment
  • ଆସିବ ନୂଆ ଅବକାରୀ ନୀତି
  • ‘ବନ୍ଦ ହେବ ଚୋରା ମଦ କାରବାର’
  • ‘ରାଜ୍ୟରେ ସମସ୍ତ ବାରରେ ବନ୍ଦ ହେବ ଡ୍ୟାନ୍ସ’

ରାଜ୍ୟରେ ପୂର୍ବରୁ ଅନେକ ଥର ମଦ ମୃତ୍ୟୁ ହୋଇଥିଲେ ବି, ଚୋରା ମଦ କାରବାର ଓ ବିଷାକ୍ତ ମଦ କାରବାର ଉପରେ ରୋକ୍ ଲାଗି ପାରିନି। ୨୪ବର୍ଷ ଧରି ବିଜେଡି ନିରଙ୍କୁଶ ଭାବରେ ଶାସନରେ ଥିଲେ ବି କୋଚିଆ ବେପାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ଯାହାର ଫଳ ଏବେ ଚିକିଟିରୁ ଆସିଛି। ତେବେ ବିଜେପି କ୍ଷମତାକୁ ଆସିବା ପରେ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛି। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ। 

  • ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରାଯିବ
  • ଡ୍ୟାନ୍ସ ବାର ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ
  • ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ
  • ବେଆଇନ ମଦ ଦୋକାନକୁ ବୁଲ ଡୋଜର ଲଗାଇ ଭଙ୍ଗାଯିବ  

ଏଥିସହ ପୂର୍ବ ସରକାରକୁ ଘେରିଛନ୍ତି ମନ୍ତ୍ରୀ। ବେହେରା କମିଶନ ଏବଂ ପାତ୍ର କମିଶନର ରିପୋର୍ଟ କାହିଁକି ପ୍ରକାଶ କରାଯାଇନି ସେ ନେଇ ପ୍ରଶ୍ନ ଉଠାଇଛନ୍ତି।  ଆଉ ଏସବୁ ଭିତରେ ଆକ୍ସନ ମୋଡକୁ ଆସିଛି ଅବକାରୀ ବିଭାଗ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶହ ଶହ ଦେଶୀ ମଦ ଜବତ କରିଛି।