କନକ ବ୍ୟୁରୋ: ଇନକମ୍ ଟ୍ୟାକ୍ସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆଜି ନୂଆ ଆୟକର ବିଲ୍ ୨୦୨୫ ତମାମ ସଂଶୋଧନ ପରେ ଲୋକସଭାରେ ଆଗତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଆଜି ଲୋକସଭାରେ ଆଗତ କରିବେ । ତେବେ ସିଲେକ୍ଟ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ୨୮୫ଟି ସଂଶୋଧନ ପରେ ଏହି ବିଲକୁ ସଂସଦରେ ଆଗତ କରାଯାଉଛି । ଜାଣିରଖିବା ଉଚିତ ଯେ, ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଏହି ସଂଶୋଧନ ଗୁଡ଼ିକୁ ମଞ୍ଜୁରୀ ଦେଇଛି ।
ନୂଆ ଆୟକର ବିଲ୍ ସଂସଦରେ ପାସ୍ ହେଲେ, ଏହା ୬୩ ବର୍ଷ ତଳର ପୁରୁଣା ଆୟକର ନିୟମର ସ୍ଥାନ ନେବ । ତେବେ ଆଜି ଆସନ୍ତୁ ଜାଣିବା ଏହି ନୂଆ ଆୟକର ବିଲ୍ ବର୍ତ୍ତମାନ ଥିବା ଆୟକର ନିୟମଠାରୁ କେତେ ଭିନ୍ନ...
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ମୁତାବକ, ନୂଆ ଆୟକର ବିଲରେ ଅନେକ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ବୈଷୟିକ ଉନ୍ନତି ଏବଂ କ୍ରସ୍ ରେଫରେନ୍ସିଂକୁ ସାମିଲ କରାଯାଇଛି । ୨୮୫ଟି ସଂଶୋଧନ ପାଇଁ ସୁପାରିଶ କରାଯାଇଥିଲା, ଆଉ ଏଥିରେ ୩୨ଟି ବଡ଼ ପରିବର୍ତ୍ତନ ମଧ୍ୟ କରାଯାଇଛି ।
୨୦୨୫ ମସିହା ଫେବ୍ରୁଆରି ୧୩ ତାରିଖରେ ଲୋକସଭାରେ ଆୟକର ବିଲ୍ ଆଗତ କରାଯାଇଥିଲା । ଏହାପରେ ଏହାର ଯାଞ୍ଚ ପାଇଁ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ୩୧ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଥିବାବେଳେ, ଏହି କମିଟି ସର୍ବମୋଟ ୨୮୫ଟି ପରାମର୍ଶ ଦେଇଥିଲା । ଏହାପରେ ଗତ ମାସରେ ଅର୍ଥାତ ୨୦୨୫ ମସିହା ଜୁଲାଇ ୨୧ ତାରିଖରେ କମିଟି ନିଜର ରିପୋର୍ଟ ଦାଖଲ କରିଥିଲା । ଆଉ ଏହାପରେ ଏବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ସଂସଦରେ ଆଗତ କରିବେ ।
ନୂଆ ଆୟକର ବିଲ୍ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଇ ଆସୁଥିବା ୧୯୬୧ ମସିହାର ଆୟକର ଆଇନର ଆକାରରେ ଅଧା । ବର୍ତ୍ତମାନ ଥିବା ଆଇନରେ ୮୧୬ଟି ଧାରା ଥିବାବେଳେ, ନୂଆ ବିଲରେ ଏ ସମ୍ପର୍କିତ ୫୩୬ଟି ଧାରା ରହିଛି । ଏହାସହ ନୂଆ ବିଲକୁ ଅଧିକ ସରଳ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/08/11/nirmala-sitaraman-2025-08-11-10-42-11.jpg)