କନକ ବ୍ୟୁରୋ:  ଆସନ୍ତା ୨୮ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହ ଜଡ଼ିତ । ସେହିଦିନ ସରକାରୀ ଛୁଟି ହୋଇଥିବା ବେଳେ ତା ପରଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି ହୋଇଛି । ସ୍ବାସ୍ଥ୍ୟ  ବିଭାଗ, ଓଏସ୍‌ଏସ୍‌ ସଂଘ ପକ୍ଷରୁ ରାଜସ୍ବ ମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି ।

Advertisment

ନୂଆଁଖାଇ ପରଦିନ ୨୯ ତାରିଖ ସରକାରୀ ଛୁଡ଼ି ଘୋଷଣା କରିବାକୁ ଦାବି କରାଯାଇଛି । ଏହି ଦାବିକୁ ଗୁରୁତର ସହ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ନୂଆଁଖାଇ ପାଇଁ ତିନି ଦିନ ସରକାରୀ ଛୁଟି ଘୋଷଣା କରିବାକୁ ପଶ୍ଚିମ ଓଡ଼ିଶାବାସୀ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି ।